ବିଳମ୍ବରେ ରାତ୍ରିଭୋଜନ କରିଲେ ଏସବୁ ଶାରୀରିକ ସମସ୍ୟା ଦେଖାଦେଇପାରେ
ରାତ୍ରିଭୋଜନରେ ବେଶି ଖାଦ୍ୟ ଗ୍ରହଣ କରିବା ଅନୁଚିତ କାରଣ ଏହାଦ୍ବାରା ନିମ୍ନଲିଖିତ ଶାରୀରିକ ସମସ୍ୟା ଦେଖା ଦେଇପାରେ
Sambad is now on WhatsApp
Join and get latest news updates delivered to you via WhatsApp
ହାର୍ଟ ବର୍ଣ୍ଣ: ରାତିରେ ବେଶି ଖାଇଲେ ତାହା ପାଚନ କ୍ରିୟାରେ ସହାୟକ ଏସିଡ ସହିତ ମିଶଯାଏ। ଏହି କାରଣରୁ ଛାତିରେ ଜ୍ୱଳନ ହୋଇଥାଏ, ଯାହାକୁ ହାର୍ଟବର୍ଣ୍ଣ ବୋଲି କୁହାଯାଏ ।
ଅନିଦ୍ରା: ଯେଉଁମାନେ ପ୍ରଚୁର ଖାଦ୍ୟ ଖାଇ ରାତିରେ ଶୁଅନ୍ତି, ସେମାନଙ୍କୁ ଅନିଦ୍ରା ବା ସୁନିଦ୍ରା ନ ହେବା ଭଳି ସମସ୍ୟା ଦେଖାଯାଇଥାଏ ।
ମଧୁମେହ: ରାତ୍ରିଭୋଜନ ପରେ କୌଣସି କାମ ନ କରି ଆପଣ ଶୋଇବାକୁ ଗଲେ, ବ୍ଲଡ୍ସୁଗାର ସ୍ତର ପରିବର୍ତ୍ତିତ ହୋଇଥାଏ । ଏଭଳି ପରିସ୍ଥିତିରେ ଟାଇପ୍-୨ ମଧୁମେହର ଆଶଙ୍କା ଉପୁଜିଥାଏ ।
ବଦହଜମି: ଏଭଳି ବଦଭ୍ୟାସ ଯୋଗୁଁ ବଦହଜମର ଶିକାର ହୋଇପାରନ୍ତି । କାରଣ ରାତ୍ରିରେ ସାଧାରଣତଃ ଖାଦ୍ୟ ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ ।
ହୃଦ୍ଘାତ: ବଦହଜମି ହେତୁ ଆପଣଙ୍କ ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ୍ ଉପରେ ଏହା କୁପ୍ରଭାବ ପକାଇଥାଏ । ଏହା ଫଳରେ ହୃଦ୍ଘାତ ଭଳି କଷ୍ଟ ବି ଭୋଗି ପାରନ୍ତି ।
ଏଣୁ ରାତିରେ ୮ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ଉଚିତ ଏବଂ ଖାଇବା ପରେ ସଙ୍ଗେ ଶୋଇବା ଅନୁଚିତ ।