ଦୈନନ୍ଦିନ ଜୀବନର ଏହି ସରଳ କାମଟି ଭଲ କରିପାରେ ଅନେକ ରୋଗ, ଆସନ୍ତୁ ଖୋଲା ମନରେ ହସିବା

ହସିଲେ ରୋଗ ମୁକ୍ତ ହେବା କଥାଟି ଆମେ ସମସ୍ତେ ପ୍ରାୟ ଶୁଣିଛନ୍ତିି। ହେଲେ ଏହାକୁ କେତେ ମାତ୍ରାରେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ହସ ଏକ ଏପରି ମହୋଷଧୀ ଯାହା ଦ୍ବାରା କଠିନରୁ କଠିନତମ ରୋଗକୁ ଦୂରେଇ ଦିଆ ଯାଇପାରେ। ଅଧିକାଂଶ ପରିବାରରେ ବଡ଼ ପାଟି କରି ହସିବା ଉପରେ କଟକଣା ରହିଥାଏ। ମାତ୍ର ଅପଣ ଏପରି ଆଦୌ ବି କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ କେହି ଖୋଲା ହୃଦୟରେ ଶବ୍ଦ କରି ହସୁଛନ୍ତି ତେବେ ତାଙ୍କୁ ହସିବାକୁ ଦିଅନ୍ତୁ ଓ ନିଜେ ତାହାକୁ ଉପଭୋଗ କରନ୍ତୁ। ଜାଣିରଖନ୍ତୁ ଯେ, ଅନ୍ୟ ଜଣଙ୍କ ହସ ବି ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହୋଇଥାଏ। ପରିବାରରେ ହସଖୁସିର ମାହଲ ରହିଲେ ରୋଗ ପାଖ ପଶିପାରେ ନାହିଁ। ତେବେ, ଚାଲନ୍ତୁ ଜାଣିବା ହସିବା ଦ୍ବାରା ଆମକୁ କେଉଁ କେଉଁ ଫାଇଦା ସବୁ ମିଳିଥାଏ।

ହସ କେବଳ ମସ୍ତିଷ୍କ ପାଇଁ ନୁହେଁ, ଶରୀର ପାଇଁ ମଧ୍ୟ ଖୁବ୍ ଭଲ। ଉପଯୁକ୍ତ ପରିମାଣରେ ହସିଲେ ଶାରୀରିକ ଯନ୍ତ୍ରଣା କମ୍‌ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ରଖି କହିଛନ୍ତି।

ହସ ଏକ ଏମିତି ଜିନିଷ ଯାହା ସହଜରେ ନିଜ ସହ ଅନ୍ୟର ପୀଡ଼ା ବି ଦୂର କରିପାରେ। କିଛି ଭଲ କାମ କରିସାରିବା ପରେ ମନରେ ଯେଉଁଭଳି ସନ୍ତୁଷ୍ଟି ଆସିଥାଏ ହସି ସାରିବା ପରେ ବି ସେପରି ଭବନା ଆସିଥାଏ।

Youth Ki Awaaz

ହସିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ସହଜରେ କୌଣସି ବଡ଼ ଧରଣର ରୋଗ ପାଖ ପଶିପାରେ ନାହିଁ।

ଫୁସ୍‌ଫୁସ୍‌ ପାଇଁ ହସ ଖୁବ୍‌ ଭଲ। ହସିବା ଦ୍ବାରା ଫୁସ୍‌ଫୁସ୍‌ଜନୀତ ରୋଗ ବିଶେଷ ହୋଇନଥାଏ।

ହୃଦ୍‌ରୋଗୀମାନଙ୍କ ପାଇଁ ହସ ଔଷଧ ପରି କାମ କରେ। ହସିବା ଦ୍ବାରା ହୃଦୟ ମଧ୍ୟ ସୁସ୍ଥ ରହିଥାଏ।

ମୋଟାମୋଟୀ ଭାବେ ହସ ଶରୀରକୁ ହାଲୁକା ରଖେ। ବିଶେଷ ରୋଗ ସୃଷ୍ଟି କରାଇ ଦିଏନାହିଁ।

ସମ୍ବନ୍ଧିତ ଖବର