ମନଖୋଲି ହସିବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

ହସିବା ମଣିଷ ଲାଗି ଅନେକ ଲାଭପ୍ରଦ। ସେଥିପାଇଁ କୁହାଯାଏ, ହସିବା ଦ୍ୱାରା ଆପେ ଆପେ ହିଁ ମଣିଷ ଶରୀରରୁ ସମସ୍ତ ରୋଗ ଦୂର ହୋଇଥାଏ। କାରଣ ହସିବା ଦ୍ୱାରା ମଣିଷର ମସ୍ତିଷ୍କ ଅବସାଦରୁ ମୁକ୍ତ ହୋଇଥାଏ। ଯେଉଁ କାରଣରୁ ଜଣେ ବଡ଼ରୁ ବଡ଼ ସମସ୍ୟାକୁ ଅତି ସହଜରେ ହିଁ ସାମ୍ନା କରିବାରେ ସକ୍ଷମ ହୋଇଥାଏ। ତେବେ, ଏହି ହସକୁ ନେଇ ଅନ୍ୟ ଏକ ତଥ୍ୟ ମଧ୍ୟ ରହିଛି, ଯାହାକୁ, ବହୁତ କମ୍‌ ଲୋକ ଜାଣିଛନ୍ତି। ଆଉ ସେହି ତଥ୍ୟଟି ହେଉଛି, ହସିବା ସମୟରେ ମଣିଷ ଶରୀରର କେବଳ ୧୭ଟି ମାଂସପେଶୀ ବ୍ୟବହାର ହେଉଥିବା ବେଳେ, ରାଗିବା ସମୟରେ ୪୩ଟି ମାଂସପେଶୀ କାର୍ଯ୍ୟ କରିିଥାଏ।

ଏଥିସହିତ କୌଣସି ବି ବ୍ୟକ୍ତି ସେତିକିବେଳେ ହିଁ ହସିଥାଏ, ଯେତେବେଳେ କି କୌଣସି ଏକ କଥା ତା’ର ମନକୁ ଛୁଇଁଥାଏ। ତେବେ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେବେ କୌଣସି ବ୍ୟକ୍ତି ଏକୁଟିଆ ରୁହେ, ତେବେ ତାହାର ହସିବାର ଅଭ୍ୟାସ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଯାଏ।

shutterstock

ହସରେ ଅନେକ ପ୍ରକାରଭେଦ ରହିଛି। ତେବେ, ଏଠାରେ କୁହାଯାଇପାରେ ଯେ, ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ହସିଥା’ନ୍ତି। ଏଥିସହିତ ବହୁ ମହିଳା ଗୋଟିଏ ଦିନରେ ହାରାହାରି ୬୨ଥର ହସୁଥିବା ବେଳେ, ପୁରୁଷମାନେ କେବଳ ୮ଥର ହିଁ ହସିଥାନ୍ତି। ଏହାବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଗୋଟିଏ ଦିନରେ ଶିଶୁମାନେ ୪୦୦ଥର ହସୁଥିବା ବେଳେ,ବୟସ୍କ ବ୍ୟକ୍ତିମାନେ କେବଳ ୧୩ରୁ ୧୫ ଥର ହିଁ ହସିବାକୁ ପସନ୍ଦ କରନ୍ତି ।

ତେବେ, ଆପଣଙ୍କ ସୂଚନା ଲାଗି ଜଣାଉଛୁ ଯେ ହସିବା ଏକ ପ୍ରକାରର ବିଜ୍ଞାନ ହୋଇଥିବା ବେଳେ, ଏହାଦ୍ୱାରା ଶରୀର ଉପରେ ପଡ଼ୁଥିବା ପ୍ରଭାବକୁ ‘ଜେଲୋଟୋଲଜି’ କୁହାଯାଇଥାଏ। ତେବେ ଏହି ହସ ଦ୍ୱାରା ମଣିଷ ଶରୀରରେ ରକ୍ତପ୍ରବାହର ମାତ୍ରା ୨୨ ପ୍ରତିଶତ ବଢ଼ୁଥିବା ବେଳେ, ଅବସାଦ ଯୋଗୁଁ ରକ୍ତପ୍ରବାହର ମାତ୍ରା ୩୫ ପ୍ରତିଶତ କମ୍‌ ହୋଇଥାଏ।

ଏତଦ୍‌ବ୍ୟତୀତ ଖୋଲିକରି ହସିବା ଏକ ପ୍ରାକୃତିକ ପେନ୍‌କିଲର୍‌ର ଭଳି କାର୍ଯ୍ୟ ମଧ୍ୟ କରିଥାଏ! ଏହାସହିତ ହସିବା ଯୋଗୁଁ ବ୍ୟକ୍ତିର ଚିନ୍ତାଧାରାରେ ସକାରାତ୍ମକତା ମନୋଭାବର ବିକାଶ ହୋଇଥାଏ। ଯାହାକି ବ୍ୟକ୍ତିକୁ ବହୁ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚାଇବାରେ ସହାୟକ ହୋଇଥାଏ।

ସମ୍ବନ୍ଧିତ ଖବର