ଆପଣଙ୍କ ପରିବାରରେ କେହି ଧୂମପାନ କରୁଛନ୍ତି କି? ଏହି ଘରୋଇ ଉପାୟ ଆପଣାଇ ଛଡ଼ାନ୍ତୁ ଅଭ୍ୟାସ

ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ ତା’ହା ଆମେ ସମସ୍ତେ ଜାଣିଛେ । କିନ୍ତୁ କିଛି ଲୋକ ଧୂମପାନର ଭୟାବହ ପରିଣାମ ଜାଣି ମଧ୍ୟ ପ୍ରତିଦିନ ଧୂମପାନ କରିଥାନ୍ତି । ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିବାରୁ କିଛି ଲୋକ ଚାହିଁ ମଧ୍ୟ ଧୂମପାନରୁ ନିଜକୁ ଦୂରେଇ ରଖି ପାରନ୍ତି ନାହିଁ । ଆଜିକାଲି ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାମାନେ ଅଧିକ ଧୂମପାନ କରୁଛନ୍ତି । ଗବେଷଣାରୁ ଭାରତରେ ଅଧିକ ଲୋକ ଧୂମପାନ କରନ୍ତି ବୋଲି ଜଣା ପଡ଼ିଛି । ତେବେ ଏଭଳି ସମସ୍ୟାରୁ ନିଜ ପରିବାର ଲୋକଙ୍କୁ ବା ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ଘରୋଇ ଉପାୟ…
୧. ଯେତେବେଳେ ବି ଧୂମପାନ କରିବା ପାଇଁ ମନ ହେଉଛି ସେ ସମୟରେ ଲେମ୍ବୁ ରସରେ ମହୁ ମିଶାଇ ସେବନ କରନ୍ତୁ । ଏପରି କରିବା ଦ୍ୱାରା ଧୂମପାନ କରିବାର ଇଚ୍ଛା ଆପଣଙ୍କର ଦୂର ହେବା ସହ ଶରୀରରେ ଥିବା ବିଷାକ୍ତ ଜିନିଷ ବାହାରକୁ ଚାଲି ଆସିବ ।
୨. ଧୂମପାନର ଅଭ୍ୟାସକୁ ଦୂର କରିବା ପାଇଁ ଜୁଆଣୀ ପାଟିରେ ପକାଇ ଚୋବାଇବା ଆରମ୍ଭ କରନ୍ତୁ । ଆରମ୍ଭରୁ ଆପଣଙ୍କୁ ଏପରି କରିବା ଭଲ ନ ଲାଗି ପାରେ । କିନ୍ତୁ ପରେ ଆପଣ ଦେଖି ପାରିବେ ଧୀରେ ଧୀରେ ଆପଣଙ୍କ ଧୂମପାନର ଅଭ୍ୟାସ ଦୂର ହେଉଛି ।

Image result for leave smoking"
www.algomapublichealth.com

୩. ଗୁଜୁରାତି, ପାନମଧୁରୀ ଏବଂ ଶୁଖିଲା ଅଁଳାକୁ ମିଶାଇ ଏକ ପୁଡ଼ିଆ ତିଆରି କରନ୍ତୁ । ଯେତେବେଳେ ଧୂମପାନ କରିବା ପାଇଁ ଇଚ୍ଛା ହେଉଛି ସେ ସମୟରେ ଏହି ପୁଡ଼ିଆକୁ ଚୋବାନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଧୂମପାନର ନିଶା ଛାଡ଼ିବା ସହ ଭୋକ ନଲାଗିବା ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିବ ।
୪. ଧୂମପାନ କରିବାର ଇଚ୍ଛା ହେଲେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ୨-୩ଟି ତୁଳସୀ ପତ୍ର ଚୋବାନ୍ତୁ । ଏପରି କରିବାର କିଛି ଦିନ ପରେ ଆପଣଙ୍କ ଧୂମପାନ କରିବାର ଅଭ୍ୟାସ ଧୀରେ ଧୀରେ ଛାଡ଼ିଯିବ ।

ସମ୍ବନ୍ଧିତ ଖବର