ଲେମ୍ବୁର ଚୋପା ସାହଯ୍ୟରେ ଏଭଳି ଦୂର କରନ୍ତୁ ଗଣ୍ଠିଜନିତ ଦରଜ ସମସ୍ୟା!

ଆଜିକାଲି ଗଣ୍ଠିଜନିତ ଦରଜ ହେବା ଏକ ସାଧାରଣ ସମସ୍ୟାରେ ପରିଗଣିତ ହୋଇଗଲାଣି!ଯେଉଁ କାରଣକୁ ନେଇ କମ୍‌ ବୟସ୍କର ଲୋକମାନଙ୍କ ଶରୀରରେ ମଧ୍ୟ ଏହି ଗଣ୍ଠିଜନିତ ସମସ୍ୟା ଚିନ୍ତାର ବିଷୟ ହେଉଅଛି।ତେବେ ଏହି ଗଣ୍ଠିଜନିତ ସମସ୍ୟା ମଧ୍ୟରେ ରହିଛି -ଆଣ୍ଠୁଗଣ୍ଠି ଜନିତ ଦରଜ,କହୁଣୀ ଦରଜ,ଅଣ୍ଟା ଦରଜ,ଗୋଡ଼ ଦରଜ ଇତ୍ୟାଦି ରହିଛି ।ତେଣୁ ଆପଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏହାର ଉପଚାର ଅତ୍ୟନ୍ତ ଜରୁରୀ ଅଟେ।ଅର୍ଥାତ୍‌ ନିୟମିତ ରୂପରେ ବ୍ୟାୟାମ ଏବଂ ପୌଷ୍ଟିକ ଭୋଜନ ଏଥିପାଇଁ ଜରୁରୀ ଅଟେ, ଯାହାକି ଆପଣଙ୍କୁ ବହୁ ମହାମାରୀ ରୋଗ ସମସ୍ୟା ଠାରୁ ବଞ୍ଚାଇଥାଏ। ତେବେ ଉନ୍ନତମାନର ଜୀବନଶୈଳୀ ଗଣ୍ଠିଜନିତ ଦରଜ ସମସ୍ୟାରୁ ଆରାମ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଲିଭାଇଥାଏ। ଆଉ ଏହା ପରେ ବି ଯଦି ଆପଣ ଆପଣଙ୍କ ଗଣ୍ଠିଜନିତ ସମସ୍ୟା ଲାଗି ଚିନ୍ତିତ ରହିଛନ୍ତି,ତେବେ ଏଥିରୁ ମୁକିଳିବାର ସରଳ ଉପାୟଟିକୁ ଆଜି ଆମେ ଆପଣଙ୍କୁ ଜଣାଇବୁ।ଯେଉଁଥିପାଇଁକି ଆପଣଙ୍କୁ କେବଳ ଲେମ୍ବୁ ଓ ଅଲିଭ୍‌ ଅଏଲ୍‌ର ପ୍ରୟୋଗ କରିବାକୁ ହେବ।

photo-findhealthtips.com

ସାଧାରଣତଃ ଲେମ୍ବୁରେ ମ୍ୟାଗ୍ନେସିୟମ୍‌,ପୋଟାସିୟମ୍‌,କ୍ୟାଲ୍‌ସିୟମ୍‌,ଫୋଲିକ୍‌ ଏସିଡ଼୍‍,ପେକ୍ଟିନ୍‌,ଫସ୍‌ଫରସ୍‌,ଭିଟାମିନ୍‌ ଏ,ସି,ବି୧ଏବଂ ବି୬ ଭରପୁର ମାତ୍ରାରେ ରହିଥାଏ।ଏଥିସହିତ ଆପଣ ହୁଏତ ଏହାର ଫାଇଦାର ବିଷୟରେ କିଛି ନା କିଛି ନିଶ୍ଚିତ ରୂପରେ ଜାଣିଥିବେ!ହେଲେ ଲେମ୍ବୁର ଚୋପା ଯେ,ବ୍ୟକ୍ତି ଶରୀରର ଗଣ୍ଠିଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଏକଥା ଆପଣ ହୁଏତ ଜାଣିନଥିବେ।ହଁ ଏକଥାଟି ସଂପୂର୍ଣ୍ଣ ହିଁ ସତ ଅଟେ।

ଆବଶ୍ୟକୀୟ ସାମଗ୍ରୀ:
୧-୨ଟି ଲେମ୍ବୁର ଚୋପା
୨-୧୦୦ଗ୍ରାମ୍‌ ଅଲିଭ୍‌ ଅଏଲ୍‌।
ପ୍ରସ୍ତୁତ ପ୍ରଣାଳୀ:ପ୍ରଥମତଃ ଆପଣ ଲେମ୍ବୁର ଚୋପାକୁ ଜାର୍‌ ମଧ୍ୟରେ ପକାଇ ଦିଅନ୍ତୁ ଏବଂ ଏଥିରେ କିଛି ମାତ୍ରାରେ ଅଲିଭ୍‌ ଅଏଲ୍‌ ରଖନ୍ତୁ।ଏହାପରେ ଆପଣ ଜାର୍‌ର ମୁହଁକୁ ଠିପି ସାହାଯ୍ୟରେ ବନ୍ଦ କରିଦେଇ ୨ ସପ୍ତାହ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।ଏଥିସହିତ ଆପଣ ଏହାର ମିଶ୍ରଣକୁ ଦୁଇସପ୍ତାହ ପରେ କୌଣସି ଏକ ରେଶମୀ କପଡ଼ାରେ ଢ଼ାଳି ଦରଜ ହେଉଥିବା ସ୍ଥାନରେ ଲଗାଇ ଦେଇ ତାହାକୁ ବ୍ୟାଣ୍ଡେଡ଼୍‍ କରି ଦିଅନ୍ତୁ।ତେବେ ହଁ ଆପଣଙ୍କୁ ଏହାର ପ୍ରୟୋଗଟି ରାତି ମଧ୍ୟରେ କରିବାକୁ ହେବ।

ସମ୍ବନ୍ଧିତ ଖବର