ଗଣ୍ଠି ଦରଜ ପାଇଁ ରାମବାଣ ସାଜିପାରେ ଲେମ୍ବୁ

ବର୍ତ୍ତମାନ ସମୟରେ ଗଣ୍ଠି ଦରଜ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଯଦି ଆପଣଙ୍କ ଘରେ କୌଣସି ବରିଷ୍ଠ ସଦସ୍ୟଙ୍କ ଗଣ୍ଠି ଦରଜ ସମସ୍ୟା ରହିଛି ତେବେ ଲେମ୍ବୁ ସେମାନଙ୍କ ପାଇଁ ଉପକାର ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ କହିବାନୁସାରେ ଲେମ୍ବୁ ବ୍ୟବହାର କରି ଗଣ୍ଠି ଦରଜକୁ ଉପଶମ କରାଯାଇପାରିବ। ପ୍ରଥମେ ଲେମ୍ବୁରୁ ରସ ଚିପୁଡ଼ି ବାହାର କରି ଦିଅନ୍ତୁ। ଏହି ଚୋପାକୁ ଆଣ୍ଠୁଗଣ୍ଠି ଦରଜ ହୋଇଥିବା ସ୍ଥାନରେ ପାଖାପାଖି ୧୦ ମିନିଟ୍‌ ଯାଏ ଘଷନ୍ତୁ। ଏହା ପରେ କିଛି ମାତ୍ରାରେ ଦରଜ କମ୍‌ ହୋଇଯାଇଥିବା ଅନୁଭବ କରିବେ।

Medical News Today

ଲେମ୍ବୁରେ ରହିଛି ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ। ଏହି ସବୁ ପୋଷକ ତତ୍ତ୍ବ ଆପଣଙ୍କ ଗଣ୍ଠି ଦରଜରୁ ଆରାମ ଦେବ। ଗଣ୍ଠି ଦରଜରୁ ମୁକ୍ତି ପାଇବା ଲାଗି ପ୍ରଥମେ ୨ଟି ଲେମ୍ବୁ ଚୋପା ଏବଂ ୧୦୦ ମିଲିଲିଟର ଅଲିଭ୍‌ ତେଲ ନିଅନ୍ତୁ। କୌଣସି ଏକ ଜାର୍‌ରେ ଲେମ୍ବୁ ଚୋପା ଏବଂ ଅଲିଭ୍‌ ତେଲ ରଖନ୍ତୁ। ପାଖାପାଖି ୨ ସପ୍ତାହ ଯାଏ ଜାର୍‌ ବନ୍ଦ କରି ରଖନ୍ତୁ।

ଦୁଇ ସପ୍ତାହ ପରେ ରାତିରେ ଏହି ମିଶ୍ରଣକୁ କୌଣସି ସଫା କପଡ଼ାରେ ନେଇ ଦରଜ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ବ୍ୟାଣ୍ଡେଜ୍‌ କରି ସକାଳ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ସକାଳୁ ନିଶ୍ଚିତ ଭାବେ ଗଣ୍ଠି ଦରଜରୁ ଆରାମ ମିଳୁଥିବାର ଅନୁଭବ କରିବେ |

ସମ୍ବନ୍ଧିତ ଖବର