ହାଇ ବ୍ଲଡ୍‌ ପ୍ରେସର୍‌ କମାଇବା ପାଇଁ ଖାଆନ୍ତୁ ଏଇ ଡାଲି ସିଝାରୁ କିଛି

ଅନ୍ୟାନ୍ୟ ଡାଲି ଭଳି ମସୁର ଡାଲି ମଧ୍ୟ ଓଡ଼ିଶାର ଘରେ ଘରେ ସୁପରିଚିତ। ସୋୟାବିନ୍‌ ପରେ ମସୁରରେ ରହିଛି ହିଁ ରହିଛି ଅଧିକ ପୁଷ୍ଟିସାର। ତା’ଛଡ଼ା ମସୁରରେ ରହିଛି ଭିଟାମିନ୍‌ ବି ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌। ଗବେଷଣାରୁ ଜଣାପଡ଼ିଛି ଯେ ମସୁର ଉଚ୍ଚ ରକ୍ତଚାପ ମଧ୍ୟ କମାଇ ଦିଏ। ସବୁ ପ୍ରକାର ମସୁରରେ ବହୁ ପରିମାଣର ମଲିବ୍‌ଡେନମ୍‌ ଏବଂ ଆଇରନ୍‌ ଥିବାରୁ ରକ୍ତକୁ ଅମ୍ଳଜାନ ଯୋଗାଇ କୋଷୀୟ ଶକ୍ତି ବାହାର କରିବାରେ ସାହାଯ୍ୟ କରେ। ଶରୀର ଫଳପ୍ରଦ ଭାବେ ସୋଡିୟମ୍‌ ନିର୍ଗତ ଓ ଧାରଣ କରି ନ ପାରିଲେ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ମସୁରରେ ଥିବା ଅଦ୍ରବିଭୂତ ତନ୍ତୁ କୋଲେଷ୍ଟ୍ରୋଲ୍‌ ଏବଂ ରକ୍ତଚାପ ସ୍ତର ଠିକ୍‌ ରଖେ।

ମସୁର ତନ୍ତୁ ଭରି ରହିଥିବାରୁ ତାହା ଇନ୍‌ସୁଲିନ୍‌ ରେଜିଷ୍ଟାନ୍‌ସ୍‌ ମଧ୍ୟ ନିୟନ୍ତ୍ରଣ କରି ରଖେ।

ଉଚ୍ଚ ରକ୍ତଚାପ ଭୋଗୁଥିବା ଲୋକେ କେମିତି ମସୁର ଖାଇବା ଉଚିତ।

ଶୁଖିଲା ମସୁରରେ ଦୁଇ ପ୍ରକାର ଅତ୍ୟାବଶ୍ୟକୀୟ ଆମିନୋ ଏସିଡ୍‌, ସିଷ୍ଟେନାଇନ୍‌ ଏବଂ ମେଥିଓନାଇନ୍‌ର ଅଭାବ ଥାଏ। କିନ୍ତୁ, ଗଜା କରିଦେଲେ ଏଥିରେ ଥିବା ସମସ୍ତ ଆମିନୋ ଏସିଡ୍‌ର ସ୍ତର ବଢ଼ିଯାଏ।

ପତ୍ର ମିଶ୍ରିତ ସାଲାଡ୍‌ରେ ସିଝା ମସୁର ମିଶାଇ ଖାଇବା ଉତ୍ତମ।

ମସୁର ଓ ରାଜ୍‌ମା ଟିକ୍କି କରି ଧଣିଆପତ୍ର ଚଟଣି ସହ ଖାଇଲେ ମଧ୍ୟ ସୁଫଳ ମିଳିବ।

ସକାଳ ଜଳଖିଆ ପାଇଁ ରୁଟିରେ ସିଝା ମସୁର ଦେଇ ପରଟା କରି ଖାଆନ୍ତୁ।

ବିଲାତି ବାଇଗଣ, ପିଆଜ, କାଗେଜି ରସ, ଲୁଣ ଓ ଲଙ୍କାଗୁଣ୍ଡ ମିଶ୍ରିତ ସାଲାଡ୍‌ରେ ସିଝା ମସୁର ପକାଇ ଖାଇ ହେବ।

ଘିଅପକା ଭାତରେ ମସୁର ଡାଲି ଖାଇଲେ ମଧ୍ୟ ଉପକାର ମିଳିବ।

ସମ୍ବନ୍ଧିତ ଖବର