କମ୍‌ ପରିମାଣର ଜଳ ପିଇଲେ କି କି ଅସୁବିଧା ଭୋଗି ପାରନ୍ତି ?

ଜଳ ଆମ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ । ବେଳେବେଳେ ଆମେ ଅଧିକ ମାତ୍ରାରେ ଜଳ ପିଉଥାଉ ତ ଆଉ କେତେ ବେଳେ ଆମେ କମ୍‌ ଜଳ ପିଇଥାଉ । ଆସନ୍ତୁ ଜାଣିବା ଆମେ କମ୍‌ ପରିମାଣର ଜଳ ପିଇଲେ କି କି ଅସୁବିଧା ଭୋଗିଥାଉ.. ।

ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ: ପ୍ରଥମତଃ କମ୍‌ ମାତ୍ରାରେ ଜଳ ପିଇଲେ ଆପଣ କିଡିନ ଷ୍ଟୋନ୍‌, ମୂତ୍ରଜନିତ ରୋଗ, ହୃଦ୍‌ଘାତ ଓ ଅନ୍ତଃନାଳୀ କର୍କଟ ରୋଗର ଶିକାର ହୋଇପାରନ୍ତି । ଦ୍ୱିତୀୟତଃ ବିଶ୍ରାମ ନେବା ସମୟରେ ଆପଣଙ୍କର କାଲୋରି ବର୍ଣ୍ଣ ହେଉଥିବା ପ୍ରକ୍ରିୟାରେ ସ୍ଥିରତା ଆସିପାରେ । ଏହା ଜଣାଇଛନ୍ତି ଡାକ୍ତର ହାଓ୍ଵାର୍ଡ ମୁରାଦ୍‌ ।
କମ୍‌ ଜଳ ପିଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ । ଲଣ୍ଡନର ମନୋଚିକିତ୍ସା ଅନୁଷ୍ଠାନର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣାରୁ ସୂଚନା ଦେଇଛନ୍ତି ଯେ ମସ୍ତିଷ୍କର ଯେକୌଣସି କାର୍ଯ୍ୟର ସମାପନରେ ବିଳମ୍ବ ଘଟିଥାଏ । ବିଶେଷ କରି ବିଭିନ୍ନ ସମସ୍ୟା ସମ୍ବଳିତ ବେଳେ ବେଳେ ଏହା ସହଜରେ ଧରାପଡ଼ିଥାଏ ।
ଯଦି ଆପଣ କମ୍‌ ପରିମାଣରେ ଜଳ ପାନ କରିବେ, ତେବେ ଆପଣଙ୍କ ଖାଇବାର ପରିମାଣ ବଢ଼ିଯିବ ବୋଲି ମଧ୍ୟ ଗବେଷଣାରୁ ଜଣାଯାଇଛି । ୨୦୧୦ରେ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି । ଏଥିରେ ୪୫ ଜଣ କମ୍‌ ପାଣି ପିଉଥିବା ଲୋକଙ୍କୁ ସାମିଲ୍‌ କରାଯାଇ ଗବେଷଣା ହୋଇଥିଲା । ଫଳତଃ ଆପଣ ଶୀଘ୍ର ମେଦ ବହୁଳତାର ଶିକାର ହୋଇ ପାରନ୍ତି।

photo-youtube

କମ୍‌ ମାତ୍ରାରେ ପାଣି ପିଇଲେ ଆପଣଙ୍କ ଶରୀରର ରଙ୍ଗ ମଳିନ ପଡିଯିବ । ତା’ଛଡ଼ା ତ୍ୱଚା ଶୀଘ୍ର ଲୋଚାକୋଚା ହେବାର ବି ଆଶଙ୍କା ରହିଛି । ୨୦୦୯ ରେ ମେଡଫର୍ଡ ଠାରେ ଥିବା ଟଫ୍‌ଟସ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ଗବେଷଣାରୁ ଜଣାଯାଇଛି ଯେ ଯେଉଁମାନେ କମ୍‌ ପାଣି ପିଅନ୍ତି, ସେମାନେ ଶୀଘ୍ର କ୍ରୋଧିତ ହୋଇଥାଆନ୍ତି । ତା’ଛଡା ସେମାନେ ଅଧିକାଂଶ ସମୟରେ ଦ୍ୱନ୍ଦ ଭିତରେ ରହି ଯାଆନ୍ତି ଓ ମାନସିକ ଚାପର ଶିକାର ମଧ୍ୟ ହୋଇଥାଆନ୍ତି ବୋଲି ଏହି ଗବେଷଣାରେ କୁହାଯାଇଛି ।

ଶରୀର ପାଇଁ ଏକ ମୁଖ୍ୟ ସାମଗ୍ରୀ ଯାହା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ । କେତେକ ଲୋକ ଖାଇବା ସମୟରେ ପାଣି ପିଇଥାଆନ୍ତି । ଯେଉଁମାନେ ଭାବୁଥିବେ ଯେ ଖାଇବା ସଙ୍ଗେ ସଙ୍ଗେ ପାଣି ପିିଇଲେ ହଜମ କ୍ରିୟାରେ କଥା ଉପୁଜିବ ବୋଲି, ତାହା ଠିକ୍‌ ନୁହେଁ । ମନେ ରଖନ୍ତୁ ପାଚନ କ୍ରିୟା ଏବେ ଜଟିଳ ପ୍ରକ୍ରିୟା । ଏହା ଠିକ୍‌ ରହିଲେ ମଣିଷର ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ସତେଜ ରହେ ।ଖାଇବା ସମୟରେ ପାଣି ପିଇଲେ ବଦ ହଜମୀ ବା କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହିବ ନାହିଁ ବୋଲି ମଧ୍ୟ ଜଣାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଖାଇବା ସମୟରେ ପାଣି ପିଇଲେ ଆପଣ ଅଧିକ ମାତ୍ରାରେ ଭୋଜନରୁ ବି ନିବୃତ୍ତ ରହିବେ । ଏହା ଶରୀର ପାଇଁ ଭଲ । ଜଳରେ ବହୁ ପରିମାଣରେ ନ୍ୟୁଟ୍ରିଅଣ୍ଟସ ଥାଏ, ଯାହା ଆପଣଙ୍କୁ ଖାଦ୍ୟ ସହିତ ସହଜରେ ମିଳିଯାଇଥାଏ । ଏଣୁ ଖାଇବା ସମୟରେ ପାଣି ପିଇବାରେ କିଛି ସମସ୍ୟା ନାହିଁ ।

ସମ୍ବନ୍ଧିତ ଖବର