ଏଭଳି ଲକ୍ଷଣ ଦେଖାଗଲେ ହୋଇପାରେ ଲିଭର ସିରୋସିସ୍

ନୂଆଦିଲ୍ଲୀ: ଡାକ୍ତରୀ ବିଜ୍ଞାନ ଅନୁଯାୟୀ, ଯକୃତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଏଡସ୍ ରୋଗୀଙ୍କ ଅପେକ୍ଷା ଦୁର୍ବଳ । ଥରେ ଯକୃତ ସଂକ୍ରମିତ ହେଲେ ଅନ୍ୟ ରୋଗର ସଂକ୍ରମଣ  ଆଶଙ୍କା ବଢ଼ିଯାଏ | ଯେଉଁମାନେ ଲିଭର ସିରୋସିସରେ ପୀଡିତ ସେମାନଙ୍କୁ କରୋନା ସଂକ୍ରମଣ ସମୟରେ ଅଧିକ ସତର୍କ ରହିବାକୁ ପଡିବ | ଯଦି ଆପଣ ଏକ ଗୁରୁତର ଯକୃତ ରୋଗରେ ପୀଡିତ ଅଛନ୍ତି, ତେବେ ଏହି ସମୟରେ ଘରୁ ବାହାରକୁ ନ ବାହାରିବା ସହ ଏବଂ ଡାକ୍ତରଙ୍କ ସହିତ ନିରନ୍ତର ସମ୍ପର୍କ ରଖିବା ଭଲ |

ଲିଭର ସିରୋସିସର ମୁଖ୍ୟ ଲକ୍ଷଣ କ’ଣ?
ଯଦି ଆପଣଙ୍କୁ ବହୁ ସମୟରେ ବ୍ୟସ୍ତ ଲାଗୁଛି କିମ୍ବା ଭୋକ କମିଯାଉଛି, କ୍ରମାଗତ ଓଜନ ହ୍ରାସ ହେଉଛି, ଜ୍ୱର ଲାଗି ରହୁଛି, ବାନ୍ତିରେ ରକ୍ତ ପଡୁଛି, କ୍ଳାନ୍ତ ଅନୁଭବ ହେଉଛି କିମ୍ବା ବାରମ୍ବାର ଶୋଇବାକୁ ଇଚ୍ଛା ହେବା ଭଳି ସମସ୍ୟା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

photo-gastroentrology associates of the east bay medical group

ଯକୃତକୁ ଏହିପରି ସୁସ୍ଥ ରଖନ୍ତୁ:
ଓଜନ ନିୟନ୍ତ୍ରଣ କରନ୍ତୁ |
ପୁଷ୍ଟିକର ଏବଂ ହଜମକାରୀ ଖାଦ୍ୟ ଖାଆନ୍ତୁ |
ଖାଦ୍ୟରେ ଚିନି ଅଳ୍ପ ବ୍ୟବହାର କରନ୍ତୁ |
ଫାଷ୍ଟଫୁଡ୍ ଖାଆନ୍ତୁ  ନାହିଁ |
ମଦ୍ୟପାନ, ତମାଖୁ ଏବଂ ଧୂମପାନରୁ ଦୂରେଇ ରୁହନ୍ତୁ |
ଯଦି ଆପଣ ଅଧିକ ଚା ପିଉଛନ୍ତି, ତେବେ ଗ୍ରୀନ୍ ଟି ପିଅନ୍ତୁ |

ସମ୍ବନ୍ଧିତ ଖବର