ମନ ଖରାପ ଅଛି କି ? ଖାଆନ୍ତୁ ଏହି ଫଳ, ଜାଣନ୍ତୁ ଏହାର ଆହୁରି ଅନେକ ଫାଇଦା ସଂପର୍କରେ …

ଆଜିକାଲି ବଜାରରେ ଲିଚୁ ପ୍ରଚୁର ପରିମାଣରେ ମିଳୁଛି। ଆପଣ ଏହାର ସେବନ ଦ୍ୱାରା କେଉଁ ସବୁ ଫାଇଦା ହୋଇଥାଏ,ତାହା ଜାଣିଲେ,ଆପଣ ବି ଲିଚୁ ଖାଇବେ। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ….।
୧- ଲିଚୁରେ କମ୍‌ କ୍ୟାଲୋରି ଥିବା ହେତୁ ତାହା ଶରୀରର ଓଜନ ବୃଦ୍ଧି କରି ନ ଥାଏ।୧୦୦ ଗ୍ରାମ୍‌ ଲିଚୁରେ ମାତ୍ର ୬୬ କ୍ୟାଲୋରି ଏନର୍ଜି ରହିଛି।
୨-ଲିଚୁରେ ପ୍ରଚୁର ମାତ୍ରାରେ ଜଳ ଥିବା କାରଣରୁ ଏହା ପେଟକୁ ଆରାମ ଦେଇଥାଏ। ଠିକ୍‌ ସେହିପରି ଏଥିରେ ଥିବା ଫାଇବର୍‌ ହଜମ କ୍ରିୟାକୁ ସଠିକ୍‌ ରଖିଥାଏ।
୩-ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ଥିବା ହେତୁ ଏହାର ରୋଗ ପ୍ରତିରୋଧକ କ୍ଷମତା ଅଧିକ ବୋଲି କୁହାଯାଏ।
୪-ଲିଚୁରେ ଅଧିକ ମାତ୍ରାରେ ଭିଟାମିନ୍‌ ସି ଥିବା ହେତୁ ଏହ କେଶ ବୃଦ୍ଧିରେ ସହାୟକ ହୋଇଥାଏ।
୫-କର୍କଟ ରୋଗ ସହିତ ଲଢ଼ିବା ପାଇଁ ଲିଚୁରେ ଖୁବ୍‌ ଶକ୍ତି ଥାଏ।
୬-ଏହା ରକ୍ତଚାପକୁ ସୁନିୟନ୍ତ୍ରିତ କରିଥାଏ।
୭-ଲିଚୁ ଖାଇଲେ ହାଡ଼ ମଜଭୁତ୍‌ ହୋଇଥାଏ।


୮-ତ୍ୱଚାରେ ଦାଗ ଥିଲେ ସେଥିରୁ ବି ମୁକ୍ତି ଦେଇଥାଏ ଲିଚୁ।
୯-ଲିଚୁ ଖାଉଥିବା ଲୋକଙ୍କର ସହଜରେ ହୃଦୟଜନିତ ରୋଗ ହୋଇନଥାଏ।
୧୦-ସବୁଠୁଁ ବଡ଼ କଥା ହେଲା ଲିଚୁ ସେବନ କରିଲେ ମନୁଷ୍ୟର ମନ ଭଲ ରହେ। ଏହାର କାରଣ ହେଲା ମନୁଷ୍ୟ ସୁସ୍ଥ ରହିଥାଏ।

ସମ୍ବନ୍ଧିତ ଖବର