ପ୍ରବଳ ରୌଦ୍ରତାପରୁ ତ୍ୱଚାର ଜ୍ୱଳନକୁ ବର୍ଷା ଆଶ୍ୱସ୍ତି ଦିଏ। ସନ୍ ବର୍ଣ୍ଣ, ଟ୍ୟାନ୍ ଓ ତ୍ୱଚାର ଶୁଷ୍କତାରେ ବର୍ଷା ଜଳ ଶୀତଳତା ଭରିଦିଏ। ରସୁଲଗଡ଼ସ୍ଥିତ ହେୟାର୍ ହ୍ୟାକର୍ ବିୟୁଟି ସେଲୁନ୍ର ମେକ୍ଅପ୍ ଆର୍ଟିଷ୍ଟ୍ କବିତା ପାଣ୍ଡେ କହନ୍ତି, ହଠାତ୍ ଋତୁ ପରିବର୍ତ୍ତନ ତ୍ୱଚା ଉପରେ ଖରାପ ପ୍ରଭାବ ମଧ୍ୟ ପକାଏ। ଏଥିପାଇଁ ଆମେ ଋତୁ ଅନୁଯାୟୀ ଶରୀରର ଯତ୍ନ ନେବା ଉଚିତ। ଏହି ସମୟରେ ଓଦା ହେବା ଫଳରେ ତ୍ୱଚା ଶୁଷ୍କ ହୋଇଯାଏ। ଏଥିପାଇଁ ଗାଧୋଇ ସାରିବା ପରେ କିମ୍ବା ରାତିରେ ଶୋଇବା ପୂର୍ବରୁ ମଶ୍ଚରାଇଜର୍ ଭଲ କରି ଲଗାଇବା ଉଚିତ୍। ବାହାରକୁ ଗଲା ବେଳେ ମୁହଁରେ କେବଳ ପାଉଡର କିମ୍ବା ଓ୍ଵାଟର୍ ପ୍ରୁଫ୍ ଫାଉଣ୍ଡେସନ୍ ବା ପାଉଡର୍ ବେସ୍ଡ୍ ଫାଉଣ୍ଡେସନ୍ ଲଗାଇବା ଭଲ। ପୁଣି ଓ୍ଵାଟର୍ ପ୍ରୁଫ୍ କାଜଲ୍ ଲଗାଇବା ସହ ‘ମାଟେ’ ଲିପ୍ଷ୍ଟିକ୍ ଲଗାଇବା ଫଳରେ ମେକ୍ଅପ୍ ଦୀର୍ଘ ସମୟ ରହିଥାଏ। ବର୍ଷା ଦିନେ ଗ୍ଲସି ଲିପ୍ଷ୍ଟିକ୍କୁ ତ୍ୟାଗ କରିବା ସହ ଗାଢ଼ ରଙ୍ଗର ଲିପ୍ଷ୍ଟିକ୍ ଲଗାଇବା ଉଚିତ୍। ଆଖିରେ ପିଙ୍କ୍, ସୁନେଲି କିମ୍ବା ଧୂସର ରଙ୍ଗର ଆଇସ୍ୟାଡୋ ଲଗାଇବା ଦ୍ୱାରା ଚେହେରା ଅଧିକ ଉଜ୍ଜ୍ୱଳ ଦେଖାଯାଏ। ଏହି ଦିନେ ମସ୍କରା ନ ଲଗାଇବା ଭଲ। ପୁଣି କେଶକୁ ବାନ୍ଧି ରଖିବା ଉଚିତ। ବର୍ଷା ଦିନେ ମୁହଁରେ ୫-୧୦ ମିନିଟ୍ ପର୍ଯ୍ୟନ୍ତ ବରଫ ମାଲିସ୍ କରିବା ଦ୍ୱାରା ଚେହେରା ସତେଜ ଦେଖଯାଏ ବୋଲି କବିତା ପାଣ୍ଡେ କହିଛନ୍ତି।
ବର୍ଷା ଦିନେ ମୁହଁରେ ବରଫ ମାଲିସ୍ କରନ୍ତୁ , ଚେହେରା ଦିଶିବ ସତେଜ
/sambad/media/post_attachments/wp-content/uploads/2018/07/pa1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)