ସାରା ପରିବାର ଏକାଠି ଖାଇଲେ ଏସବୁ ଫାଇଦା ମିଳେ

 

ପରିବାର ସହିତ ସମୟ ବିତାଇବାକୁ କାହାକୁ ବା ଭଲ ନ ଲାଗେ! କିନ୍ତୁ ଆପଣ କ’ଣ ଜାଣନ୍ତି କି ସାରା ପରିବାର ଏକା ସାଙ୍ଗେ ବସି ଖାଇଲେ ତାହା ସୁସ୍ୱାସ୍ଥ୍ୟ ଆଣିଥାଏ।ଏଣୁ ଆପଣମାନେ ଯେତେ ବ୍ୟସ୍ତ ରହିଲେ ବି ରାତ୍ରି ଭୋଜନ ମିଶି କରି କରିବା ଉଚିତ।

କାନାଡାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ,ସାଙ୍ଗ ହୋଇ ଖାଇଲେ ତାହା ପିଲାମାନଙ୍କ ପାଇଁ ଅଧିକ ଲାଭଦାୟକ। ଗବେଷକ କାଥରିନ୍‌ ବାଲ୍‌ଟନଙ୍କ କହିବା ଅନୁଯାୟୀ, ପରିବାର ସହିତ ଖାଇଲେ ସମସ୍ତଙ୍କର ପୌଷ୍ଟିକ ଖାଦ୍ୟର ମାତ୍ରା ବଢ଼ିଥାଏ। ଯଦି ପରିବାରରେ ସମସ୍ତେ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ପରସ୍ପରର ସହାୟତା କରନ୍ତି ,ତେବେ ତାହା ମଧ୍ୟ ଲାଭଦାୟକ। ଡାଇନିଂ ଟେବୁଲ୍‌ରେ ପିଲାମାନଙ୍କୁ ସାଲାଡ୍‌ ଆଣିବାକୁ ବା ଅନ୍ୟ କିଛି ଖାଦ୍ୟ ଆଣିବାକୁ ନିର୍ଦ୍ଦେଶ ଦେବା ମଧ୍ୟ ଭଲ ବୋଲି ଏହି ଗବେଷଣାରେ କୁହାଯାଉଛି। ଏଣୁ ସାରା ପରିବାର ଏକାଠି ରାତ୍ରି ଭୋଜନ କରିଲେ ଅନ୍ତତଃପକ୍ଷେ ଭଲ । କାରଣ ଦିନରେ ସମସ୍ତେ ଏକାଠି ଖାଇବା ସମ୍ଭବପର ନୁହେଁ।

ସମ୍ବନ୍ଧିତ ଖବର