ଏସବୁ ଥକାପଣର କାରଣ ,ଜାଣନ୍ତୁ କେଉଁମାନେ ଅଧିକ ଶିକାର ହୋଇଥାନ୍ତି?

୧-ପ୍ରଥମତଃ ଶରୀରର ଓଜନ ସାମାନ୍ୟ କମ୍‌ ବା ବେଶି ହେବା ହେଉଛି କ୍ଳାନ୍ତିର କାରଣ।

୨-ଦ୍ୱିତୀୟତଃ ଥାଇରଏଡ ଗ୍ରନ୍ଥିର ସଠିକ୍‌ ଭାବରେ କାର୍ଯ୍ୟ ନ କରିବା ବି ଏହାର କାରଣ ଅଟେ।

୩-ହୃଦୟ ରୋଗ,ମାନସିକ ଅବସାଦ,ଚିନ୍ତା ,ଅନିଦ୍ରା ଓ ଅବସାଦ ହେଉଛି କ୍ଳାନ୍ତିର ଅନ୍ୟ କାରଣ ।

୪-ଅତ୍ୟଧିକ ମାତ୍ରାରେ କୈଫିନ୍‌ ବା ଆଲ୍‌କହଲର ସେବନ ବି ଅନିଦ୍ରା ସମସ୍ୟା ବଢ଼ାଇଥାଏ,ଯାହାଦ୍ୱାରା କି ବ୍ୟକ୍ତିକୁ କ୍ଳାନ୍ତି ଅନୁଭବ ହୁଏ।

୫-ପେଟ ଏବଂ ଛାତିର ସଂକ୍ରମଣ କ୍ଳାନ୍ତି ବା ଥକାପଣର ଅନ୍ୟ ଏକ କାରଣ ଅଟେ।

୬-ପାଓ୍ଵାରଫୁଲ୍‌ ପେନ୍‌କ୍ଲିଅର୍‌ର ସେବନ ବି ବ୍ୟକ୍ତିଠାରେ କ୍ଳାନ୍ତି ଅନୁଭବ କରାଇବାର ଆଉ ଏକ କାରଣ ହୋଇଥାଏ।

୭-କ୍ୟାନ୍‌ସରର ଉପଚାର ,ଯେପରିକି ରେଡିୟୋଥେରେପି ଓ କିମୋଥେରେପି ବି ଏହାର କାରଣ ଅଟେ।

୮-ମଧୁମେହ ରୋଗୀଙ୍କ ରକ୍ତରେ ସୁଗାରର ସ୍ତର ଅତ୍ୟଧିକ ବୃଦ୍ଧି ଯୋଗୁଁ ବି କ୍ଳାନ୍ତିି ଲାଗିଥାଏ।

୯-ଏହାବ୍ୟତୀତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ବିଶେଷକରି ମାଇଗ୍ରେନ୍‌ ଏବଂ ହାଇ ବ୍ଲଡ୍‌ ପ୍ରେସରକୁ ରୋକୁଥିବା ଔଷଧରେ ରହିଥିବା ରସାୟନ ଯୋଗୁଁ ବି ବ୍ୟକ୍ତିକୁ ଥକା ଲାଗିଥାଏ।

୧୦-ଡାଇରିୟା,ଏନିମିୟା ଏବଂ ଭାଇରାଲ୍‌ ଜର ଯୋଗୁଁ ବି ବ୍ୟକ୍ତିକୁ କ୍ଳାନ୍ତ ଲାଗିଥାଏ।

୧୧-ଅତ୍ୟଧିକ ମାତ୍ରାରେ ମାନସିକ ବା ଶାରୀରିକ ପରିଶ୍ରମ କରିବା ଯୋଗୁଁ ବି ବ୍ୟକ୍ତି କ୍ଳାନ୍ତ ଅନୁଭବ କରେ।

୧୨-ଭିଟାମିନ୍‌ସ ଏବଂ ମିନେରାଲ୍‌ସ କମି ଯୋଗୁଁ ବି ବ୍ୟକ୍ତଠାରେ କ୍ଳାନ୍ତି ଅନୁଭବ ହୋଇଥାଏ।

୧୩-ଗର୍ଭାବସ୍ଥାରେ ବି ମହିଳାଙ୍କଠାରେ କ୍ଳାନ୍ତି ଅନୁଭବ ହୋଇଥାଏ।

ସମ୍ବନ୍ଧିତ ଖବର