ଓଠ କହିଦେବ ଆପଣ କେମିତି! ଓଠର ଆକାର, ରଙ୍ଗ ଓ ଗଢ଼ଣ ସୂଚାଏ ମଣିଷର ସ୍ୱଭାବ

ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗରୁ ତାର ସ୍ୱଭାବ ବିଷୟରେ କିଛି ମାତ୍ରାରେ ସୂଚନା ମିଳିଥାଏ। ସାମୁଦ୍ରିକ ଶାସ୍ତ୍ରରେ ଏ ସଂପର୍କୀତ ସବିଶେଷ ବିବରଣୀ ରହିଛି। ତେବେ ଏହି ସୂଚନା ସବୁ କ୍ଷେତ୍ରରେ ଶତପ୍ରତିଶତ ଠିକ ହୋଇ ନଥାଏ। ଆସନ୍ତୁ ଜାଣିବା ଓଠରୁ ପୁରୁଷ ଓ ମହିଳାମାନଙ୍କର ସ୍ୱଭାବ କିପରି ହୋଇଥାଏ।

୧. ଯେଉଁ ମହିଳାଙ୍କର ଓଠ କଳା ହୋଇଥାଏ, ସେ ବୁଦ୍ଧିମାନ, ପାଠପଢ଼ାରେ ଆଗରେ ରହିବା ସହିତ କଥା କହିବାରେ ଧୁରନ୍ଧର ହୋଇଥାଆନ୍ତି। ଏତଦ୍‌ବ୍ୟତୀତ ନିଜ ସ୍ୱାମୀଙ୍କର ସେ ବହୁ ଯତ୍ନ ନେଇଥାଆନ୍ତି।

୨. ଯେଉଁ ମହିଳା ଓ ପୁରୁଷଙ୍କର ଓଠ ମୋଟା ହୋଇଥାଏ ସେମାନେ ଅଯଥା କଥାରେ ସବୁବେଳେ ଝଗଡ଼ା କରି ଥାଆନ୍ତି । ଏମାନଙ୍କ ସ୍ୱଭାବ ସବୁବେଳେ ବିରକ୍ତିକର ହୋଇଥାଏ।

୩. ନାରୀମାନଙ୍କ ଓଠ ସରୁ ଓ ଲାଲ ରଙ୍ଗର ହୋଇଥିଲେ ସେ ସୁନ୍ଦର ତଥା ବୁଦ୍ଧିମାନ ପୁତ୍ରକୁ ଜନ୍ମ ଦେଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ଏମାନେ ଯଦି ଅଧିକ ଶିକ୍ଷାଗ୍ରହଣ କରନ୍ତି, ତେବେ ସେମାନଙ୍କ ମନରେ ଅହଂକାର ଭାବନା ଜାତ ହୋଇଥାଏ।

୪. ଯେଉଁ ମହିଳାଙ୍କର ଉପର ଓଠରେ ସାମନ୍ୟ କେଶ ରହିଥାଏ, ସେମାନେ ଜିଦିଆ ସ୍ୱଭାବର ହୋଇଥାଆନ୍ତି। ଅନ୍ୟଦ୍ୱାରା ନିଜ କାମ କରାଇବାରେ ମାହିର୍‌ ହୋଇଥାଆନ୍ତି। ସେହିପରି ତଳ ଓଠରେ କେଶ ଥିବା ନାରୀ ନିଜର ଶାଶୁ, ଶ୍ୱଶୁରଙ୍କ ସେବା କରିବା ସହିତ ନିଜ ସ୍ୱାମୀଙ୍କୁ ପ୍ରସନ୍ନ କରିଥାଆନ୍ତି।

୫. ଯେଉଁ ମହିଳାଙ୍କ ଓଠ ଉପରେ ଲାଲ ରଙ୍ଗର ତିଳ ଚିହ୍ନ ଥାଏ ସେମାନେ କାମୁକ ସ୍ୱଭାବର ହୋଇଥାଆନ୍ତି। ଏମାନଙ୍କ ମନ ଭୋଗ-ବିଳାସ ପ୍ରତି ବିଶେଷ ଆକର୍ଷିତ ହୋଇଥାଏ।

୬. ଯେଉଁ ମହିଳାଙ୍କ ତଳ ଓଠ ମୋଟା ଓ ଉପର ଓଠ ପତଳା ସେମାନଙ୍କ ଚଞ୍ଚଳମନା ହୋଇଥାଆନ୍ତି। ସେମାନେ ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତ କରିଥାଆନ୍ତି ବୋଲି କୁହାଯାଏ। ଏମାନେ ନିଜର ସ୍ୱାର୍ଥ ହାସଲ ପାଇଁ କୌଣସି ଉପାୟ ବି ଅପଣାଇ ପାରନ୍ତି।

ସମ୍ବନ୍ଧିତ ଖବର