ଥଣ୍ଡା ଛଡା ଏସବୁ ଖାଦ୍ୟ ଓ ଅଭ୍ୟାସ ପାଇଁ ଫାଟିଥାଏ ଓଠ

ନୂଆଦିଲ୍ଲୀ: ଶୀତଦିନେ ପ୍ରାୟତଃ ଲୋକଙ୍କର ଓଠ ଫାଟିଥାଏ | ଆଉ ଅନେକ ଭାବନ୍ତି ଯେ ପ୍ରବଳ ଥଣ୍ଡା ହେତୁ ଓଠ ଫାଟୁଛି | ଆଉ ଲୋକମାନେ ପ୍ରାୟତଃ ଓଠ ଫାଟିବାର ସମସ୍ୟାକୁ ହାଲୁକା ଭାବରେ ନିଅନ୍ତି | ତେବେ ଆଜି ଆମେ ପାନଙ୍କୁ କହିବୁ ଯେ କେବଳ ଥଣ୍ଡା ପାଇଁ ଓଠ ଫାଟିନଥାଏ |

ଶୀତ ଆରମ୍ଭ ହେବା ମାତ୍ରେ ସମସ୍ତଙ୍କର ଚର୍ମ ଶୁଷ୍କ ହୋଇଯାଏ | ଏହାର ଗୋଟିଏ କାରଣ ହେଉଛି ଶୀତଦିନେ ବାୟୁ ଶୁଷ୍କ ହୋଇଯାଏ, ଯାହା ଆପଣଙ୍କ ତ୍ୱଚାକୁ ସିଧାସଳଖ ପ୍ରଭାବିତ କରିଥାଏ | ଅନେକ ଭାବନ୍ତି ଯେ ଯଦି ଓଠ ଫାଟି ଯାଇଥାଏ, ଏହା କେବଳ ଥଣ୍ଡା ଯୋଗୁଁ ହୋଇଛି | ବାସ୍ତବରେ, ଯେତେବେଳେ ଶୀତ ଦିନରେ ଯଦି ଆପଣ କମ୍ ପାଣି ପିଅନ୍ତି କିମ୍ବା ଛଣାଛଣି ଖାଦ୍ୟ ବେଶୀ ଖାଆନ୍ତି, ଏହା ଆପଣଙ୍କ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ଏହାଛଡା ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଅନେକଙ୍କର ଓଠକୁ ଚାଟିବାର ଅଭ୍ୟାସ ମଧ୍ୟ ଅଛି | ତେବେ ଏହା ମଧ୍ୟ ଓଠ ଫାଟିବାର ଏକ ପ୍ରମୁଖ କାରଣ ହୋଇପାରେ |

ଏହା ବ୍ୟତୀତ, ଶୀତ ଋତୁରେ ଜଣେ ନିଜର ଖାଦ୍ୟ ଏବଂ ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ | ଯେଉଁମାନେ ଅଧିକ ମଦ ପିଅନ୍ତି, ସେମାନେ ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ଅତ୍ୟଧିକ ମଦ ପିଇବା ଓଠ ଫାଟିବାର ଏକ ମୁଖ୍ୟ କାରଣ ହୋଇପାରେ | ଏହି ସମୟରେ ଅଧିକ ସବୁଜ ପନିପରିବା ଖାଆନ୍ତୁ | ପ୍ରଚୁର ପାଣି ପିଇବା ସହ ଅତ୍ୟଧିକ ଖଟା ଜିନିଷ ଖାଇବା ବନ୍ଦ କରନ୍ତୁ |

ସମ୍ବନ୍ଧିତ ଖବର