ଓଠରୁ ଜାଣନ୍ତୁ ସ୍ୱଭାବ, ଜାଣନ୍ତୁ କେଉଁ ସ୍ୱଭାବର ଆପଣ

ଆପଣ ଜାଣନ୍ତି କି ଜଣେ ବ୍ୟକ୍ତିର ଓଠ ଦେଖି ତା’ର ସ୍ୱଭାବ କୁହାଯାଇପାରେ। କେବଳ ଓଠ କାହିଁକି ଜଣେ ବ୍ୟକ୍ତିର ଅନେକଗୁଡ଼ିଏ ଅଙ୍ଗ ଦେଖି ମଧ୍ୟ ତା’ର ସ୍ୱଭାବ କୁହାଯାଇପାରେ। ତେବେ, ଆସନ୍ତୁ ଜାଣିବା କେଉଁ ଧରଣର ଓଠ ଥିଲେ ବ୍ୟକ୍ତିର ସ୍ୱଭାବ କିପରି ହୋଇଥାଏ।

:ଯେଉଁମାନଙ୍କ ଓଠ ଗୋଲାପୀ, ନରମ ଏବଂ ସୁନ୍ଦର ସେମାନେ ତାଙ୍କ ପାର୍ଟନର୍‌ଙ୍କ ପାଇଁ ଖୁବ୍‌ ଭଲ। ସେମାନେ ଟିକେ ରୋମାଣ୍ଟିକ୍‌ ହୋଇଥିବାରୁ ବୈବାହିକ ଜୀବନ ଖୁବ୍‌ ରସମୟ ହୋଇଥାଏ ଏହି ଧରଣର ଓଠଧାରୀଙ୍କର।

:ଯେଉଁମାନଙ୍କ ଓଠର ରଂଗ ନାଲି ସେମାନେ କ୍ଷଣକୋପୀ। ଖୁବ୍‌ ଶୀଘ୍ର ରାଗିଯାଆନ୍ତି। ନୂଆ ଜିନିଷଙ୍କୁ ନେଇ ସେମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଗ୍ରହ ରହିଛି। ବେଳେ ବେଳେ ନିଜ ରାଗ ଆୟତ୍ତ କରିବା ପାଇଁ ସେ ନିଜେ ବି ଅସମର୍ଥ ହୋଇପଡ଼ନ୍ତି।

:ଯେଉଁ ଲୋକମାନଙ୍କର ଓଠର ରଂଗ ଫିକା ଏବଂ ପତଳା ସେମାନେ ଟିକେ ନକଲି ସ୍ୱଭାବର। ଦେଖେଇ ହବାକୁ ପସନ୍ଦ କରନ୍ତି। ସେମାନେ ଅଳ୍ପ ଗପନ୍ତି କିନ୍ତୁ ଅଧିକ ତନଖନ୍ତି।

:ଯେଉଁମାନଙ୍କ ଓଠ ମୋଟା ସେମାନେ ଭାବପ୍ରବଣ ସ୍ୱଭାବର। ସେମାନେ ଟିକେ ମନୁଆ ହୋଇଥିବାରୁ ଅଧିକାଂଶ ସମୟରେ ଭୁଲ୍‌ କରିବସନ୍ତି।

:କିଛି ଜଣଙ୍କର ଉପର ଓଠର ମଧ୍ୟ ଭାଗ ଟିକେ ତଳକୁ ଓହଳିଲା ପରି ରହିଥାଏ। ସେମାନେ ଭାରି ଭୟାଳୁ ସ୍ୱଭାବର। ଟିକେ ଗୋଳମାଳିଆ।

:ଫିକା ଗୋଲାପୀ ରଂଗର ଓଠ ଯାହାର ସେମାନେ ଭାରି ମେଳାପି। ସେ ଖୁବ୍‌ ଦୟାଳୁ ସ୍ୱଭାବର ହୋଇଥିବାରୁ ପ୍ରାୟ ସମସ୍ତଙ୍କର ପ୍ରିୟ।

ସମ୍ବନ୍ଧିତ ଖବର