ଏଇ ନିକଟରେ ଏ ସଂପର୍କରେ ମଦ୍ୟପାନ ସଂପର୍କରେ ଏକ ଗବେଷଣା କରାଯାଇଥିଲା। ସେଥିରେ ଶୀତ ଋତୁରେ ଅଧିକ ମଦ୍ୟପାନ କରାଯାଇଥାଏ ବୋଲି ଜଣାଯାଇଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗବେଷଣା କରିଥିବା ଗବେଷକ ଡ଼.ମ୍ୟାକ୍ସ ଗ୍ରିସ ବୁଲଡ କରିଛନ୍ତି ଗୋଟିଏ ପେଗ୍ ମଦ ପିଇଲେ ବି ଶରୀର ଉପରେ ତା’ର କୁପ୍ରଭାବ ପରିଲକ୍ଷିତ ହୋଇଥାଏ। ଏହାଫଳରେ କର୍କଟ, ମଧୁମେହ,ଟ୍ୟୁବରକୁଲୋସିସ୍ ରୋଗ ହେବାର ଆଶଙ୍କା ୦.୫ ପ୍ରତିଶତ ବୃଦ୍ଧି ପାଇଥାଏ।
ଯେଉଁମାନେ ଦିନରେ ଦୁଇ ପେଗ୍ରୁ ଅଧିକ ଡ୍ରିଙ୍କ୍ସ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଉପରୋକ୍ତ ରୋଗର ଆଶଙ୍କା ସାତ ପ୍ରତିଶତ ଯାଏଁ ବଢିଯାଇଥାଏ। କିନ୍ତୁ ଯେଉଁମାନେ ଦିନରେ ୫ ପେଗ୍ ମଦ ପିଇଥାନ୍ତି, ସେମାନଙ୍କର ଏହି ରୋଗର ଆଶଙ୍କା ୩୭ ପ୍ରତିଶତ ଯାଏଁ ବୃଦ୍ଧି ପାଇଥାଏ।
ମଦଜନିତ ମୃତ୍ୟୁ ସଂଖ୍ୟା ଭାରତ, ଚୀନ ଓ ଋଷିଆ ଭଳି ଦେଶରେ ସର୍ବାଧିକ ବୋଲି କୁହାଯାଉଛି। ଏହି ଗବେଷଣାରେ ୧୯୯୦ ରୁ ୨୦୧୭ ମଧ୍ୟରେ ୧୯୫ ଦେଶର ଲୋକଙ୍କୁ ସାମିଲ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/drinking-liqour-1.jpg)