ଏହି ଲକ୍‌ଡାଉନ୍‌ର ଫାଇଦା ଉଠାନ୍ତୁ; ଘରେ ରହି ତ୍ବଚାର ଉପଯୁକ୍ତ ଯତ୍ନ ନିଅନ୍ତୁ

ଘରେ ରହି ରହି ବୋର୍‌ ହେଉଛନ୍ତି କି? ଦୀର୍ଘ ଦିନ ଧରି ଘରେ ରହିବା ପରେ ବୋର୍‌ ହେବା ମଧ୍ୟ ଏକ ସ୍ବଭାବିକ କଥା ନିଶ୍ଚୟ। ୟା ଭିତରେ ତ ଲକ୍‌ଡାଉନ୍‌ ପୁଣି ଥରେ ବୃଦ୍ଧି ପାଇଛି। ଏହି ସମୟରେ ଆପଣ କ’ଣ କରିବେ? ଏହି ସୁଯୋଗର ଫାଇଦା ନିଅନ୍ତୁ। ଘରେ ରହୁଛନ୍ତି ଯେ‌ତେବେଳେ ନିଜ ତ୍ବଚାର ଯତ୍ନ ନିଅନ୍ତୁ।

ମୁଖ୍ୟତଃ ସୂର୍ଯ୍ୟୋକିରଣ ସାମ୍ନାକୁ ଆସିଲେ ତ୍ବଚା ଉପରେ ଖରାପ ପ୍ରଭାବ ‌ପଡ଼ିଥାଏ। ତ୍ବଚା ରୁକ୍ଷ ହେବା ସହ ଟ୍ୟାନ୍‌ ବି ହୋଇଥାଏ। ମାତ୍ର ସେପରି ସମସ୍ୟା ତ ଏବେ ଆପଣଙ୍କୁ ସାମ୍ନା କରିବାକୁ ପଡୁନଥିବ। ତାହାଲେ ଟିକେ ସଚେତନ ରହିଲେ ଆପଣଙ୍କ ତ୍ବଚା ସତେଜ ହୋଇ ଉଠିବ।

ତ୍ବଚାକୁ ଯଦି ଭଲ ରଖିବାକୁ ଚାହାନ୍ତି ତେବେ ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପାଣି ପିଇ ପିଇ ଚିଡ଼ା ଲାଗୁଥିଲେ ଆପଣ ଗ୍ଲୁକୋଜ୍‌, ରସନା, କୌଣସି ଫଳ ରସ କିମ୍ବା ଅନ୍ୟ କୌଣସି ଉପକାରୀ ପାନୀୟ ମଧ୍ୟ ପିଇପାରିବେ।

ମୁହଁରେ ମହୁ ଓ ଗୋପାଲ ଜଳ ମିଶାଇ ମାଲିସ୍‌ କରନ୍ତୁ। ଏହା ଦ୍ବାରା ମୁଖମଣ୍ଡର ଔଜଲ୍ୟ ବୃଦ୍ଧି ପାଇଥାଏ।

ସୁସ୍ଥକର ଖାଦ୍ୟ ବନାଇ ଖାଆନ୍ତୁ। ସୁସ୍ଥକର ଖାଦ୍ୟ ତ୍ବଚା ପାଇଁ ଅବ୍ୟର୍ଥ ଔଷଧ ପରି କାମ କରିଥାଏ।

ଜଲ୍‌ଦି ଶୋଇ ଜଲ୍‌ଦି ଉଠିବାର ଅଭ୍ୟାସ କରନ୍ତୁ। ଶରୀରକୁ ଯେତେ ବିଶ୍ରାମ ମିଳିବ ତ୍ବଚା ସେତେ ଭଲ ରହିବ।

ସମ୍ବନ୍ଧିତ ଖବର