ଘରେ ବସି ବସି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଶରୀର ବିଗାଡ଼ନ୍ତୁନି; ଏପରି ବନାନ୍ତୁ ନିଜର ଖାଦ୍ୟ ତାଲିକା
ଲକ୍ଡାଉନ୍ ସମୟରେ ଘରେ ବସି ବସି ଅନ୍ୟ କିଛି କାମ ନଥିବାରୁ ଲୋକଙ୍କ ମୁଖ୍ୟ ଧ୍ୟାନ ଖାଦ୍ୟ ଉପରେ। ମାତ୍ର ସତର୍କ ରୁହନ୍ତୁ। ପାଟି ସୁଆଦକୁ ଧ୍ୟାନ ଦେଇ ନିଜ ଶରୀର ଅସୁସ୍ଥ କରି ପକାନ୍ତୁ ନାହିଁ। ନିଜ ଶରୀରର ଓଜନକୁ ଆୟତ୍ତରେ ରଖିବା ପାଇଁ ଆପଣ ବଛା ବଛା କିଛି ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ୍ କରନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
ଆମ୍ବ ଋତୁ ଚାଲୁଥିବାରୁ ଏବେ ବଜାରରେ ଭରପୂର ଆମ୍ବ ଉପଲବ୍ଧ। ଆପଣ ଅନ୍ୟ ଖାଦ୍ୟ କମ୍ ଖାଇ ଆମ୍ବ ଟିକେ ବେଶି ପରିମାଣର ଖାଆନ୍ତୁ। ଏଥରେ ଓଜନ ବଢ଼ିବ ନାହିଁ ଏବଂ ଏହା ଦେହ ପାଇଁ ବି ଖୁବ୍ ଭଲ।
ଖାଦ୍ୟରେ ସାଲାଡ୍ ନିଶ୍ଚୟ ସାମିଲ୍ କରନ୍ତୁ। ଗାଜର୍, କାକୁଡ଼ି, ବିଲାତି ବାଇଗଣ ଓ ଦହି ମିଶାଇ ସାଲାଡ୍ କରନ୍ତୁ।
ଏହା ବ୍ୟତୀତ ଆପଣ ଷ୍ଟ୍ରବେରି, ଲିଚି ଓ ଅନ୍ୟାନ୍ୟ ଫଳ ଜଳଖିଆ ସମୟରେ ଖାଇପାରିବେ।
ଘରେ ବସି ବସି ସବୁବେଳେ ତେଲଭାଜି ଖାଦ୍ୟ ଖାଇ ନିଜ ଶରୀର ଖରାପ କରନ୍ତୁ ନାହିଁ।
ପିଜୁଳି ଓ ଅମୃତଭଣ୍ଡା ଉପଲବ୍ଧ ହେଉଥିଲେ ଯଥେଷ୍ଟ ପରିମାଣର ଖାଆନ୍ତୁ। ଏହା ମଧ୍ୟ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।