ଦୀର୍ଘାୟୁ ହେବା ପାଇଁ ଅଫିସ୍‌ରୁ ଛୁଟି ନେଇ କରନ୍ତୁ ଏହି କାମ !

କାର୍ଯ୍ୟ କ୍ଷେତ୍ରର ଉତ୍ତେଜନା ,ଏଣେ ଘରୋଇ ଜୀବନର ବ୍ୟସ୍ତତା ଭିତରେ ମଣିଷ ପେଷି ହୋଇଯାଇଛି। ଏଭଳି କ୍ଷେତ୍ରରେ ମାନସିକ ଅବସାଦର ଶିକାର ହେବା ବି ଅସମ୍ଭବ ନୁହେଁ। ଏଭଳି ବ୍ୟସ୍ତ ଜୀବନ ଭିତରେ ଯଦି ଜଣେ କିଛି ସମୟ ଛୁଟି ନେଇ କୌଣସି ଆଡେ ଭ୍ରମଣରେ ଯାଏ ବା ସମସ୍ତ କାମରୁ ଦୂରେଇ ରହି ରହିଥାଏ,ତେବେ ତାଙ୍କୁ ଅଧିକ ଆୟୂଷ ପ୍ରଦାନ କରିଥାଏ।

ଏଭଳି ତଥ୍ୟ ନିକଟରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାଯାଇଛି। ଜର୍ମାନିର ‘ନ୍ୟୁରୋପିଅନ୍‌ ସୋସାଇଟି ଅଫ୍‌ କାର୍ଡିୟୋଲୋଜି’ର ବାର୍ଷିକ ସମ୍ମିଳନୀରେ ଏହି ଅଧ୍ୟୟନ ସଂପର୍କୀତ ରିପୋର୍ଟ ସ୍ଥାନ ପାଇଛି। ଏଥିରେ ୪୫ରୁ ଅଧିକ ବୟସର ୧,୨୨୨ଜଣ ଲୋକଙ୍କୁ ସାମିଲ୍‌ କରାଯାଇଥିଲା।


ସେଥିରେ କୁହାଯାଇଛି ଯେଉଁମାନେ ଅଧିକ ଦିନ ଛୁଟି ନେଇଥାନ୍ତି ବା ଭ୍ରମଣରେ ଯାଇଥାଆନ୍ତି,ସେମାନେ ଅଧିକ ଦିନ ବଞ୍ଚଥାନ୍ତି। ସେମାନଙ୍କର ଜୀବନଶୈଳୀ ବି ଭିନ୍ନ ହୋଇଥାଏ। ଅପରପକ୍ଷରେ ଯେଉଁମାନେ କମ୍‌ ଛୁଟି ନେଇଥାନ୍ତି ଓ ଅଧିକ କାମ କରିଥାନ୍ତି ,ସେମାନଙ୍କୁ ସହଜରେ ନିଦ ଆସେ ନାହିଁ ଓ ନିଦ୍ରାହୀନତା ଓ ମାନସିକ ଅବସାଦ ରୋଗର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର