ବିନା ମେକ୍‌-ଅପ୍‌ରେ ବି ଦେଖାଯିବେ ସୁନ୍ଦରୀ

ମେକ୍‌-ଅପ୍‌ ନେବା ବାଧ୍ୟତାମୂଳକ ନୁହେଁ। କାରଣ ପ୍ରସାଧନ ସାମଗ୍ରୀରେ ଏକାଧିକ ରାସାୟନିକ ଓ କୃତ୍ରିମ ପଦାର୍ଥ ମିଶିଥାଏ। ଏଗୁଡ଼ିକର ଦୀର୍ଘକାଳୀନ ମାତ୍ରାଧିକ ବ୍ୟବହାର ତ୍ୱଚା ପାଇଁ ଖରାପ। ମେକ୍‌-ଅପ୍‌ରୁ କ୍ଷାନ୍ତ ରହିବାକୁ ପ୍ରଥମେ ଅଡ଼ୁଆ ଲାଗିପାରେ, ଚିନ୍ତା କରନ୍ତୁନାହିଁ। ଆତ୍ମବିଶ୍ୱାସ ବଢ଼ାନ୍ତୁ ଓ କିଛି ପ୍ରାକୃତିକ ଉପଚାର ଆପଣାନ୍ତୁ। ବିନା ମେକ୍‌-ଅପ୍‌ରେ ସୁନ୍ଦରୀ ଦିଶିବେ ଓ ତ୍ୱଚା ପ୍ରଭାବିତ ହେବନାହିଁ।

ଶୋଇବା ପୂର୍ବରୁ ଭ୍ରୂ ଓ ଆଖି ପତାରେ ଆଲ୍‌ମଣ୍ଡ୍‌ କିଂବା ନଡ଼ିଆ ତେଲ ଲଗାନ୍ତୁ। ସକାଳେ ଭେସ୍‌ଲିନ୍‌ ଲଗାଇ ଟୁଥ୍‌-ବ୍ରସ୍‌ରେ ହାଲୁକା ଭାବେ ଘଷନ୍ତୁ। ଏହା ଦ୍ୱାରା ଗାଢ଼ କଳା ଦିଶିବ। ମସ୍କାରା ଆବଶ୍ୟକ ହେବନାହିଁ। ଲେମ୍ବୁ ରସ କିଂବା ଅଲିଭ୍‌ ତେଲରେ ମୋଟା ଦାନା ଚିନି ମିଶାଇ ସପ୍ତାହରେ ଥରେ ମୁହଁରେ ଘଷନ୍ତୁ। ଏହା ଦ୍ୱାରା ମୃତ କୋଷ ବାହାରିଯାଏ ଏବଂ ତ୍ୱଚା ସଫା ପଡ଼େ। ସକାଳେ ଉଷୁମ ପାଣିରେ ଲେମ୍ବୁ ରସ ଫେଣ୍ଟି ପିଅନ୍ତୁ। ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନରେ ଏହା ସହାୟକ ହୁଏ। ତାଜା ଲାଗେ।

ବ୍ରଣରେ ହାତ ନ ଲଗାଇଲେ, କୌଣସି ଉପଚାର ଦରକାର ପଡ଼େନାହିଁ। ଓଠରେ ନଡ଼ିଆ ତେଲ, ଲହୁଣି ଲଗାନ୍ତୁ। ଫାଟିବା, କଳା ପଡ଼ିବା ସମସ୍ୟା ହେବନାହିଁ; ଚିକ୍କଣ ଦିଶିବ। ଦୈନିକ ତିନି ଲିଟର୍‌ ପାଣି ପିଇବା ସହ ସାତ-ଆଠ ଘଣ୍ଟା ଶୁଅନ୍ତୁ।

ସମ୍ବନ୍ଧିତ ଖବର