ବୟସ ବଢ଼ି ଚାଲିଥିବା ବୟସକୁ ଅଟକାଇବା ଆମ ହାତର କଥା ନୁହେଁ। କିନ୍ତୁ, କିଛି ପ୍ରାକୃତିକ ପଦ୍ଧତି ଦ୍ୱାରା ଶରୀର ଉପରେ ଏହାର ଛାପକୁ କମ୍ କରାଯାଇ ପାରିବ। ନିଜର କିଛି ମନ୍ଦ ଜୀବନଯାପନ ଧାରା ଯୋଗୁଁ ଆମେ ବେଳେବେଳେ ନିଜ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଇଥାଉ। ଏହା ସତ୍ୟ ଯେ, ଆମେ ବୟସକୁ କମାଇ ପାରିବା ନାହିଁ କି, ଏହାର ଗତିକୁ ଅଟକାଇ ମଧ୍ୟ ପାରିବା ନାହିଁ। କିନ୍ତୁ ଯଦି କେତେକ ମନ୍ଦ ଅଭ୍ୟାସକୁ ବନ୍ଦ କରି ଏହି ସବୁ ଜିନିଷ ଉପଯୋଗ କଲେ ପ୍ରକୃତ ବୟସ ଠାରୁ କମ୍ ଦେଖାଯାଇ ପାରିବା।
କେଉଁ ସବୁ ଅଭ୍ୟାସ ବନ୍ଦ କଲେ ପ୍ରକୃତ ବସୟ ଠାରୁ କମ୍ ଦେଖାଯିବେ
ଆଲ୍କହଲ୍ ଓ ଧୂମପାନ
ଆଲ୍କହଲ୍ (ମଦ)ଓ ଧୂମପାନ ଭଳି କିଛି ଖରାପ ଅଭ୍ୟାସ ଯୋଗୁଁ ଶରୀର ଉପରେ ଅନେକ ପ୍ରକାର ଖରାପ ପ୍ରଭାବ ପଡ଼ିଥାଏ, ଯେଉଁ କାରଣରୁ ଶୀଘ୍ର ବୟସ ବଢ଼ିଲା ଭଳି ସମସ୍ୟା ଦେଖା ଦେଇଥାଏ। ଆଲ୍କହଲ୍ ଯୋଗୁଁ ପ୍ରିମାଚିଓର୍ ରିଙ୍କଲ୍ସ, ତ୍ୱଚା ଲୁଜ୍ ହେବା, ତ୍ୱଚା ଶୁଖିଲା ଦେଖାଯିବା ଆଦି ହୋଇଥାଏ। ଧୂମପାନ ଯୋଗୁଁ କେଶ ଧଳା ହେବା, ଦାନ୍ତ ହଳଦିଆ ହେବା, ଆଖିରେ ସମସ୍ୟା ଦେଖାଯିବା ଆଦି ହୋଇଥାଏ। ଯଦି ଆପଣ ଯୁବା ଦେଖାଯିବା ଲାଗି ଚାହୁଁଛନ୍ତି ତା’ହେଲେ ଏହି ଅଭ୍ୟାସ ବନ୍ଦ କରନ୍ତୁ।
ଜଙ୍କ୍ ଫୁଡ୍ (ତେଲ ଜାତୀୟ ଖାଦ୍ୟ)
ତେଲିଆ ଜିନିଷ ଖାଇବା ଦ୍ୱାରା ମଧ୍ୟ ବୟସ୍କ ଦେଖାଯିବା ଭଳି ସମସ୍ୟା ହୋଇଥାଏ। କାରଣ ଏଥିରେ ଫ୍ୟାଟ୍ ଅଧିକ ରହିଥିବା ସହ, ଚିନି ଓ ଅନ୍ୟ ଜିନିଷ ମଧ୍ୟ ରହିଛି ଯାହା ଏଜେଇଙ୍ଗ୍ ପ୍ରୋସେସ୍କୁ ବଢ଼ାଇଥାଏ। ସୁସ୍ଥ ତ୍ୱଚା ପାଇଁ ଆପଣ ଖାଇବାପିଇବା ପ୍ରତି ଧ୍ୟାନ ଦେବା ବେଶ୍ ଜରୁରୀ। ଏମିତି ଖାଦ୍ୟ ଯେତେ କମ୍ କରିହେବ, ଚେଷ୍ଟା କରିବା ଉଚିତ।
ଅଳସୁଆମି
ଅଳସୁଆମି ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ହିଁ ନିର୍ଭର କରିଥାଏ। ଯଦି ଆପଣ ଚଲାବୁଲା କରିବା ପାଇଁ ଓ କୌଣସି କାର୍ଯ୍ୟ କରିବା ପାଇଁ ଅଳସୁଆ, ତା’ହେଲେ ଏମିତିରେ ଆପଣଙ୍କ ବୟସ ଶୀଘ୍ର ବଢ଼ିଥାଏ। ଦୈନିକ ବ୍ୟାୟାମ କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ ଓ ତରୁଣ ଦେଖାଯିବେ। ଶାରୀରିକ ଚଳପ୍ରଚଳ ଯୋଗୁଁ ବୟସ ବଢ଼ିବା ପ୍ରକ୍ରିୟା ଧୀର ହୋଇଥାଏ।