ନୂଆଦିଲ୍ଲୀ: କିଛିବର୍ଷ ହେବ ସମଗ୍ର ଦୁନିଆରେ ମୋଟାପଣକୁ ନେଇ ଲୋକମାନେ ବ୍ୟସ୍ତ ହୋଇପଡ଼ିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହାର ମୁଖ୍ୟ କାରଣ ହେଉଛି ପୂର୍ବ ଅପେକ୍ଷା ଲୋକମାନେ ମୋଟାପଣକୁ ନେଇ ଅଧିକ ସଚେତନ ହୋଇଯାଇଛନ୍ତି। କିନ୍ତୁ ଓଜନ ହ୍ରାସ କରିବା କାମଟି ଏତେ ସହଜ ହୋଇ ନ ଥାଏ। ତେବେ ଅନେକ ଲୋକ ଏଥିପାଇଁ ଡାଏଟିଂ କରିବା ସହିତ ଓ୍ଵାର୍କ ଆଉଟ୍ ମଧ୍ୟ କରି ଥାଆନ୍ତି।
/sambad/media/post_attachments/wp-content/uploads/2018/01/Lose-Weight-Just-By-Pressing-This-Point-Near-Your-Ear-300x200.jpg)
ଏପରି କ୍ଷେତ୍ରରେ ଆମେ ଆପଣଙ୍କୁ ଶରୀରର ଏଭଳି ଏକ ପଏଣ୍ଟ ସମ୍ପର୍କରେ କହିବାକୁ ଯାଉଛୁ, ଯାହାକୁ ଦବାଇବା ଦ୍ୱାରା ମୋଟାପଣ ଖୁବ୍ ଶୀଘ୍ର ହ୍ରାସ ପାଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ଏହି ଚିକିତ୍ସା ପଦ୍ଧତିର ନାମ ଆକ୍ୟୁପ୍ରେସର । ଆକ୍ୟୁପ୍ରେସର ବ୍ୟବହାର ସାଧାରଣତଃ ବାନ୍ତି, ମୁଣ୍ଡ ବିନ୍ଧା, ଅଣ୍ଟା ଦରଜ ଆଦିରୁ ଆରାମ ପାଇବା ପାଇଁ କରାଯାଇଥାଏ। କିନ୍ତୁ ଆପଣ ଜାଣନ୍ତୁ କି ଆକ୍ୟୁପ୍ରେସର ବି ଆପଣଙ୍କ ଓଜନ ହ୍ରାସ କରିବାରେ ରାମବାଣ ସଦୃଶ୍ୟ କାମ କରିଥାଏ। ଆପଣଙ୍କୁ କେବଳ କାନ ପାଖରେ ଥିବା ତ୍ରିକୋଣ ଅକାରର ପଏଣ୍ଟକୁ ୧ମିନିଟ୍ ପର୍ଯ୍ୟନ୍ତ ଦବାଇବାକୁ ପଡ଼ିବ। ଯାହାକି ଆପଣ ଫଟୋ ଦେଖି ଜାଣୁ ପାରୁଥିବେ। ତେବେ ଏହି ଉପାୟ ଖୁବ୍ ଫଳପ୍ରଦ ରହିଛି ବୋଲି ଅନେକ ମତ ଦେଇଛନ୍ତି। ଏହି ସାଧାରଣ ଉପାୟ ଆପଣଙ୍କ ଭୋକକୁ ନିୟନ୍ତ୍ରଣ ରଖିବା ସହିତ ପାଚନ କ୍ରିୟାରେ ସୁଧାର ଆଣିଥାଏ।
/sambad/media/post_attachments/wp-content/uploads/2018/01/2376255-1-650-a542d8629a-1484652402-300x289.jpg)
ମନେ ରଖନ୍ତୁ ଏହା କୌଣସି ଚମତ୍କାର ନୁହେଁ, ଏହି ଉପାୟ ସହିତ ଆପଣ ଆପଣଙ୍କର ଖାଦ୍ୟପାନୀୟ ଓ ଓ୍ଵାର୍କ ଆଉଟ୍ ଉପରେ ବି ଧ୍ୟାନ ରଖିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/1-21.jpg)