ନୂଆଦିଲ୍ଲୀ: ପଦ୍ମ ଫୁଲ ସମସ୍ତଙ୍କର ପସନ୍ଦ । ପଦ୍ମ ଫୁଲ ମାଆ ଲକ୍ଷ୍ମୀଙ୍କ ପାଖରେ ଲାଗେ ଏବଂ ପୂଜା ପର୍ବାଣୀରେ ଲାଗେ । ପୂଜା ପାଇଁ ଫୁଲକୁ ରଖି ଆମେ ପଦ୍ମର ନାଡ ଫିଙ୍ଗି ଦେଉ । ହେଲେ ଆପଣ ଜାଣନ୍ତି କି ଶରୀର ପାଇଁ ଏହି ନାଡ କେତେ ଜରୁରୀ । ପଦ୍ମର ନାଡ ଔଷଧ ପରି କାମ କରେ...
ଖାଆନ୍ତୁ ପଦ୍ମନାଡ଼ ଶରୀରରେ ବୃଦ୍ଧି ପାଉଥିବା ଓଜନକୁ କମାଏ । ପଦ୍ମନାଡ ଅଧିକ ସମୟ ଯାଏଁ ଭୋକ କରାଏ ନାହିଁ, ପେଟ ପୂରା ରଖିଥାଏ ତେଣୁ ଅଧିକ ଖାଇବାର ଆବଶ୍ୟକ ପଡେନି ତେଣୁ ଓଜନ ବଢିବାର ଆଶଙ୍କା ନଥାଏ ।
ପଦ୍ମନାଡ ଶରୀରରେ ପାଚନ ପ୍ରକ୍ରିୟାକୁ ଭଲ ରଖିଥାଏ । ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ଏବଂ ପେଟଫୁଲା ସମସ୍ୟାରୁ ମୁକ୍ତି ଦିଏ ।
ପଦ୍ମନାଡ ନିୟମିତ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ଦୂର ହୁଏ । ବ୍ଲଡରେ ସୁଗାର ସହ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ରଖେ ପଦ୍ମନାଡ । ଲିଭର, କିଡନୀ ସମସ୍ୟାର ଔଷଧ ରୂପେ ପଦ୍ମନାଡକୁ ସେବନ କରିହେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/07/dySrzmURUk2oIMauYZbu.jpg)