ଲଭିଙ୍ଗ୍‌ ଓ କେଆରିଂ ପାର୍ଟନର ଖୋଜୁଛନ୍ତି ତ, ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀଙ୍କୁ ସ୍ୱୀକାର କରନ୍ତୁ

ଯଦି ଆପଣ ଜଣେ ଲଭିଙ୍ଗ୍‌ ଓ କେଆରିଂ ପାର୍ଟନରର ସନ୍ଧାନ କରୁଛନ୍ତି, ତେବେ କେବଳ ଇଂରାଜୀ ଅକ୍ଷର ‘ M’, ଓଡ଼ିଆ ଅକ୍ଷର ‘ ମ’ ରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ଠାରେ ସେହି ଖୋଜା ଶେଷ ହେବ । ଏଣୁ ‘ M’ ଅକ୍ଷରରୁ ଆରମ୍ଭ ହେଉଥିବା କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଅଛନ୍ତି, ତେବେ ତାଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ । ଏବେ ଆସନ୍ତୁ ଜାଣିବା ‘ M’ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କର ଗୁଣ ସଂପର୍କରେ…

ଏମାନେ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ । ଏମାନେ ଯେମିତି ସୁନ୍ଦର, ସେମିତି ଆକର୍ଷକ । ଏମାନେ ପାର୍ଟନରର ମନ କଥା ବୁଝି ତାଙ୍କର ଯତ୍ନ ନିଅନ୍ତି । ଏମାନେ କାହାରି ହୃଦୟରେ ଆଘାତ ଦିଅନ୍ତି ନାହିଁ ବା କାହାର କ୍ଷତି କରନ୍ତି ନାହିଁ । ସବୁଠୁଁ ବଡ଼ କଥା ହେଲା ‘ M’ ରୁ ନାମ ଆରମ୍ଭ ହେଉଥିବା ଯୁବକ, ଯୁବତୀ ସବୁଠୁଁ ଭରସାଯୋଗ୍ୟ ପାର୍ଟନର । ସେମାନେ ପାର୍ଟନରଙ୍କୁ କେବେ ବି ଧୋକା ଦିଅନ୍ତି ନାହିଁ । ଏମାନେ ଆଜୀବନ ଜୀବନସାଥୀଙ୍କ ସାଥ୍‌ ଦିଅନ୍ତି ।

photo-amarujala

ଏମାନେ ଖୁବ୍‌ ରୋମାଣ୍ଟିକ୍‌ ସ୍ୱଭାବର । ଜୀବନରେ କେବେ ବି ରୋମାନ୍ସକୁ ଛାଡନ୍ତି ନାହିଁ । ଖାଲି ସେତିକି ନୁହେଁ ଏମାନଙ୍କ ଯୌନଜୀବନ ବି ସୁଖମୟ । ମଝିରେ ମଝିରେ ପାର୍ଟନରଙ୍କୁ ସରପ୍ରାାଇଜ୍‌ ଦେବା ଏମାନଙ୍କର ବିଶେଷ ସ୍ୱଭାବ । ‘ M’ ଅକ୍ଷରରୁ ଆରମ୍ଭ ହେଉଥିବା ନାମଧାରୀ ବ୍ୟକ୍ତିଙ୍କର ପାର୍ଟନର ମନକଥା ଜାଣିବା ଲାଗି ଅଦ୍ଭୁତ କ୍ଷମତା ଅଛି । ଏମାନେ ନିଜେ କଷ୍ଟ ସହିବେ, ହେଲେ କେବେ ବି ଜୀବନ ସାଥୀଙ୍କୁ କଷ୍ଟ ଭୋଗିବାକୁ ଦେବେ ନାହିଁ । ଏମାନେ କେବେ ବି ପାର୍ଟନରଙ୍କୁ ନିଃସଙ୍ଗ ଅନୁଭବ ଆଣିବାକୁ ଦିଅନ୍ତି ନାହିଁ । ମୋଟାମୋଟି ଭାବେ ଏମାନେ ଉତ୍ତମ ଜୀବନ ସାଥୀ ସାବ୍ୟସ୍ତ ହୋଇଥାଆନ୍ତି ।

ସମ୍ବନ୍ଧିତ ଖବର