ପ୍ରେମରେ ପଡ଼ିଥିଲେ ଏକଥା ମନେ ରଖନ୍ତୁ …..

ପ୍ରେମ ସଂପର୍କରେ ଆତ୍ମବିଶ୍ୱାସୀ ହେବା ଜରୁରୀ। ଯଦି ଜଣେ ନିଜ ଉପରେ ଭରସା ରଖିପାରିବ ନାହିଁ ତେବେ ସେ ପ୍ରେମରେ ସଫଳ ହୋଇପାରିବ ନାହିଁ । ପ୍ରେମ ଜୀବନରେ ଏକ ସୁଖଦ ଅନୁୂଭବ, ତେବେ ବିବାହ ପୂର୍ବରୁ ଯେତେବେଳେ ପ୍ରେମ ସଂପର୍କରେ ବାନ୍ଧି ହୁଅନ୍ତି, ସେତେବେଳେ ଏଥିପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ପ୍ରେମିକ ବା ପ୍ରେମିକାଙ୍କର ଏକ ଛୋଟ ଭୁଲ ବି ବ୍ରେକଅପ୍‌ର କାରଣ ହୋଇପାରେ । ଏଣୁ ଲଭ ଲାଇଫରେ କିପରି ବ୍ରେକଅପ୍‌ ନହେବ, ସେଥିପାଇଁ ପ୍ରେମିକ ଆଦୌ ଭୁଲ କରିବା ଅନାବଶ୍ୟକ ।

କନ୍‌ଫ୍ୟୁଜ୍‌ ହୁଅନ୍ତୁ ନାହିଁ- ଜଣଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିବା ପରେ ପ୍ରେମିକ କଦାଚିତ୍‌ କନଫ୍ୟୁଜ୍‌ ହେବା ଉଚିତ ନୁହେଁ । ତେଣିକି କେଉଁଠି ଗର୍ଲଫ୍ରେଣ୍ଡଙ୍କୁ ଭେଟିବେ ବା ତାଙ୍କୁ କ’ଣ ଖୁଆଇବେ ବା କେଉଁ ଡ୍ରେସ୍‌ ପିନ୍ଧି କରି ଯିବେ ଆଦି ପ୍ରସଙ୍ଗ ହେଉକି କେମିତି ପରିବାର ସହ ଗର୍ଲଫ୍ରେଣ୍ଡଙ୍କୁ ପରିଚିତ କରାଇବେ ସେକଥା ହେଉ ସବୁଠି ଦ୍ୱନ୍ଦ୍ୱ ରହିବା ଅନୁଚିତ। କାରଣ କନଫ୍ୟୁଜ୍‌ ରହିଲେ ନିଜ ଭିତରେ ଆତ୍ମବିଶ୍ୱାସ ରହିବନି, ଯାହା ବ୍ରେକ୍‌ଅପ୍‌ର କାରଣ ହୋଇପାରେ ।

photo-sciencedaily.com

ଗୁରୁତ୍ୱ ଦିଅନ୍ତୁ ପ୍ରେମିକାଙ୍କୁ –
ପ୍ରେମିକା ସବୁବେଳେ ଚାହେଁଯେ ପ୍ରେମିକ ତା’କୁ ସବୁଠୁ ବେଶୀ ଗୁରୁତ୍ୱ ନେଉ । ଯଦି ଏଭଳି ବ୍ୟତିକ୍ରମ ଘଟେ ତେବେ ପ୍ରେମିକା ବିବ୍ରତ ହେବା ସ୍ୱାଭାବିକ । ଏଣୁ ପ୍ରେମିକ ପ୍ରେମ ସଂପର୍କରେ ଏହାକୁ ସତର୍କତାର ସହ ଅବଲମ୍ବନ କରିବା ଉଚିତ । ପ୍ରେମିକା ସହ ଜଡ଼ିତ କୌଣସି ବି ପ୍ରସଙ୍ଗରେ ଯେମିତି ତାଙ୍କର ଗୁରୁତ୍ୱ ହ୍ରାସ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ତା’ଛଡା ପ୍ରେମିକାଙ୍କୁ ଗୁରୁତ୍ୱ ଦେଉଛନ୍ତି ବୋଲି ଗଣମାଧ୍ୟମ ଲାଗି ମଝିରେ ସେଭଳି ବ୍ୟବହାର ପ୍ରଦର୍ଶନ କରିବା ଉଚିତ ।

ଅପରିପକ୍ୱତାର ପରିଚୟ ଦିଅନ୍ତୁ ନାହିଁ-
ଅପରିପକ୍ୱତା ରହିବା ମଧ୍ୟ ନିହାତି ଅନାବଶ୍ୟକ । କାରଣ ଅଧିକାଂଶ ପ୍ରେମିକା ଚାହାଁନ୍ତି ତାଙ୍କର ପ୍ରେମିକ ପରିପକ୍ୱ ହୁଅନ୍ତୁ । ପ୍ରେମିକଙ୍କ ଭିତରେ ପିଲାଳିଆମି ପସନ୍ଦ କରନ୍ତି ନାହିଁ ପ୍ରେମିିକା । ଯଦି ଆପଣ ଆବଶ୍ୟକତାଠୁ ଅଧିକ ମାତ୍ରାରେ ପିଲାଳିଆମି ଦେଖାଇବେ ବା ସେଭଳି ଅପରିପକ୍ୱ ରହିବେ, ତେବେ ପ୍ରେମିକା ଆପଣଙ୍କୁ ପସନ୍ଦ କରି ନପାରନ୍ତି । ଏଣୁ ପ୍ରେମିକ ନିଜର ପ୍ରେମିିକାଙ୍କ ଆଗରେ ନିଜର ଦକ୍ଷତାକୁ ଦେଖାଇବାର ପ୍ରୟାସ କରିବା ଉଚିତ। କିନ୍ତୁ ତା’ଭିତରେ ଭୁଲନ୍ତୁ ନାହିଁ ଯେ ବାହାଦୁରୀ ଦେଖାଇବାକୁ ଯାଇ ପ୍ରେମିକାଙ୍କ ଆଗରେ ତାଙ୍କର ପ୍ରକୃତ କ୍ଷମତାଟି ପ୍ରକାଶ ନ ପାଉ।

ମତାନ୍ତର ବା ମନାନ୍ତରରୁ ଦୂରରେ ରହନ୍ତୁ- ଅନେକ ସମୟରେ ଏଭଳି ଛୋଟ ଘଟଣା ଘଟିଥାଏ ଯାହାକୁ ନେଇ ପ୍ରେମିକାଙ୍କ ସହ ପ୍ରେମିକଙ୍କର ମତାନ୍ତର ବା ମନାନ୍ତର ହୋଇଥାଏ। କିନ୍ତୁ ଯଦି ସତର୍କ ରହିବେ ତେବେ ଏଭଳି ପରିସ୍ଥିତି ଉପୁଜିବ ନାହିଁ ବା ଯଦି ହୋଇଗଲା ସେଥିରୁ ସହଜରେ ମୁକୁଳି ପାରିବେ। ଏଣୁ ସମୟାନୁବର୍ତ୍ତୀ ହୁଅନ୍ତୁ ଏବଂ ଅଯଥା ମିଛ କହି ମତାନ୍ତର ବା ମନାନ୍ତରକୁ ନିମନ୍ତ୍ରଣ କରନ୍ତୁ ନାହିଁ।

 

ସମ୍ବନ୍ଧିତ ଖବର