କୁହାଯାଉଛି ଆଜିର ଚନ୍ଦ୍ରଗ୍ରହଣ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ। ଗ୍ରହଣ ସମୟରେ ରହିଥିବା ବାରଣକୁ ମାନି ଚାଳିବା ନିତାନ୍ତ ଆବଶ୍ୟକ। କେବଳ ଆଧ୍ୟାତ୍ମିକ ଦୃଷ୍ଟିରୁ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ବି ଏହାର ପ୍ରଭାବ ରହିଛି। ତେଣୁ ଗ୍ରହଣ ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ ତାହା ନିମ୍ନରେ ଆମେ ଉଲ୍ଲେଖ କରିଛୁ। ଏହି ଭାବେ କାଟନ୍ତୁ ଆଜିର ଗ୍ରହଣ।
: ଗ୍ରହଣ ଲାଗିବା ସମୟଟା ହିଁ ହେଉଛି ମନ୍ତ୍ର, ଯପ ଓ ଧ୍ୟାନ କରିବାର ସବୁଠାରୁ ଭଲ ସମୟ। ଏହି ସମୟରେ ଏପରି କାର୍ଯ୍ୟ କଲେ ଶରୀରକୁ ଶକ୍ତି ମିଳିଥାଏ।
:ଗ୍ରହଣ ଛାଡ଼ିବା ପରେ ଗାଧୋଇ ପାଧୋଇ ପିନ୍ଧା ଲୁଗାକୁ ଧୋଇ ଦିଅନ୍ତୁ। ଯଦି ସମ୍ଭବ ନିଜ ଘର ପାଖରେ ଥିବା ନଦୀରେ ବୁଡ଼ ମାରନ୍ତୁ। ନଚେତ ଗାଧୁଆ ପାଣିରେ ଟିକେ ଗଙ୍ଗାଜଳ ମିଶାଇଲେ ବି ହେବ।
/sambad/media/post_attachments/wp-content/uploads/2018/07/5b575bb1f773f937008b460a-750-375-300x150.jpg)
:ପ୍ରଥମେ ନିଜ ଠାକୁର ଘରକୁ ଭଲ ଭାବେ ଧୋଇ, ପୋଛି ଦିଅନ୍ତୁ। ତା’ପରେ ଯାଇ ଦୈନିକ ପୂଜା କାର୍ଯ୍ୟ ଆରମ୍ଭ କରନ୍ତୁ।
:ଗାଧୋଇ ସାରି ପୂଜା ସାରିବା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ। ତା’ପୂର୍ବରୁ କିଛି ବି ଖାଇଲେ ଶରୀର ପାଇଁ ଖରାପ।
:ଗ୍ରହଣ ଛାଡ଼ିବା ପରେ ଗଙ୍ଗାଜଳରେ ଘର ଧୋଇବା ନିହାତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
:ଗ୍ରହଣ ସମୟରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।
:ତୁଳସୀ ଗଛରୁ ପତ୍ର ଛିଣ୍ଡାନ୍ତୁ ନାହିଁ କି ପୂଜା ବି କରନ୍ତୁ ନାହିଁ।
: ଏହା ବ୍ୟତୀତ ଗ୍ରହଣ ସମୟରେ କେଶ କୁଣ୍ଡାଇବା, ଦାନ୍ତ ଘସିବା କିମ୍ବା ଯୌନକ୍ରିୟା ନେଇ ବାରଣ ରହିିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/lunar-eclipse-royalty-free-image-638197490-1532457333.jpg)