ପୁରୁଷ ସାବଧାନ୍‌ ! ଡାଇବେଟିସ୍‌ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ପୁରୁଷ

ପୁରୁଷମାନେ ସର୍ତକ ହୁଅନ୍ତୁ ! ଏକ ଗବେଷଣାରୁ ଜଣାଯାଇଛି, ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ହୋଇଥାଏ ଅଧିକ ମାତ୍ରାରେ ଡାଇବେଟିସ୍‌ ବା ମଧୁମେହ ଆକ୍ରାନ୍ତ ହୋଇଥାଆନ୍ତି। ଦୀର୍ଘ ସାଢ଼େ ତିନି ବର୍ଷ (୨୦୧୪-ମଧ୍ୟ ୨୦୧୭) ଧରି ଏସଆରଏଲ ଡ଼ାଇଗ୍ନୋଷ୍ଟିକ ଦ୍ୱାରା ହୋଇଥିବା ଏକ ଗବେଷଣାରେ ୬.୩ ଶହ ଲକ୍ଷ ରକ୍ତ ନମୁନାକୁ ପରୀକ୍ଷା କରି ଦେଖାଯାଇଛି କି ଏଥିମଧ୍ୟରୁ ୨୧ ପ୍ରତିଶତ ପୁରୁଷ ଏବଂ ୧୭.୩ ପ୍ରତିଶତ ମହିଳା ମଧୁମେହ ରୋଗରେ ଆକ୍ରାନ୍ତ।

ଭାରତରେ ୪୬-୬୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସର୍ବାଧିକ ୨୩.୭୪ ପ୍ରତିଶତ ଏବଂ ୬୧-୮୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସର୍ବାଧିକ ୨୨.୦୭ ପ୍ରତିଶତମଧୁମେହ ରୋଗରେ ଆକ୍ରାନ୍ତ । ତେବେ ଗବେଷଣାରୁ ପ୍ରକାଶ ପାଇଛି କି ଭାରତର ମୁମ୍ବାଇ ଏବଂ କୋଲ୍‌କାତା ସହରରେ ସର୍ବାଧିକ ମାତ୍ରାରେ ମଧୁମେହ ରୋଗୀ ଦେଖାଦେଇଥାନ୍ତି।

Daily Express

“ଯଦି ମଧୁମେହ ରୋଗୀଙ୍କ ସଂଖ୍ୟା ଏହି ହାରରେ ଭାରତରେ ବଢ଼ିବାରେ ଲାଗେ ତେବେ ବହୁ ଶୀଘ୍ର ଏହା ବିଶ୍ୱରେ ମଧୁମେହର ରାଜଧାନୀରେ ପରିଣତ ହୋଇଯିବ। ଚିନ୍ତାର ବିଷୟ ହେଲା, ସର୍ବାଧିକ ମାତ୍ରାରେ କାର୍ଯ୍ୟରତ ଲୋକଙ୍କ ପାଖରେ ଏହା ଦେଖା ଦେଇଥାଏ, ଯାହା ଦ୍ୱାରା ଭବିଷ୍ୟତରେ ତାଙ୍କ ପରିବାର ଉପରେ ପ୍ରଭାବ ପକାଇଥାଏ। ଇଣ୍ଟରନ୍ୟାସନାଲ ଡାଇବେଟିସ ଫେଡ଼େରେସନ ଦ୍ୱାରା କରାଯାଇଥିବା ଆକଳନ ଅନୁସାରେ ଭାରତରେ ୬୯ ଲକ୍ଷରୁ ଅଧିକ ଲୋକ ମଧୁମେହ ଦ୍ୱାରା ଆକ୍ରାନ୍ତ।

ମଧୁମେହର ମେଡ଼ିସିନ ଏବଂ ସେବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟ ସୁରକ୍ଷାର ଦର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଅବସରପ୍‌୍ରାପ୍ତ ଏବଂ ଅବସର ହେବାକୁ ଥିବା ଲୋକମାନଙ୍କ ପାଇଁ ବହୁ କଷ୍ଟକର ହୋଇଥାଏ।

ଭାରତର ପଶ୍ଚିମଭାଗରେ ସର୍ବାଧିକ ମଧୁମେହ ରୋଗୀ ଦେଖାଦେଇଥାନ୍ତି। ଫାଷ୍ଟିଙ୍ଗ ବ୍ଲଡ଼ ସୁଗାର (ଏଫବିଏସ), ପୋଷ୍ଟ ପ୍ରାଣ୍ଡିଆଲ ବ୍ଲଡ଼ ସୁଗାର(ପିପିବିଏସ) ଏବଂ ଗ୍ଲାଇକୋସିଲେଟେଡ଼ ହିମୋଗ୍ଲୋବିନ (ଏଚବିଏ୧ସି) ଟେଷ୍ଟ ଦ୍ୱାରା ମଧୁମେହ ପରୀକ୍ଷା କରାଯାଇଥାଏ। ଏସଆରଏଲ ଡ଼ାଇଗ୍ନୋଷ୍ଟିକ ଦ୍ୱାରା ହୋଇଥିବା ଗବେଷଣାରୁ ଜଣାଯାଇଛି, ସାରା ଭାରତରେ ୧୯.୨୨ ପ୍ରତିଶତ ମଧୁମେହ ରୋଗୀ ଅଛନ୍ତି। ଆମେରିକାନ ଡାଇବେଟିସ ଆସୋସିଏସନ (ଏଡ଼ିଏ) ୨୦୧୭ରେ ମଧୁମେହ ରୋଗୀ ଚିହ୍ନଟ ପାଇଁ ଏକ ସହଜ ପ୍ରକ୍ରିୟା ପ୍ରସ୍ତୁତ କରିଛି ଯାହାକୁ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର