ଜନ୍ମରୁ ପୁରୁଷାଙ୍ଗ ହୀନ ଥିବା ବ୍ୟକ୍ତି ୫୦ ହଜାର ପାଉଣ୍ଡ ଖର୍ଚ୍ଚ କରି ଲାଗାଇଲେ ପୁରୁଷାଙ୍ଗ; ଏବେ ସହବାସ କରିବାକୁ ସଂପୂର୍ଣ୍ଣ ସମର୍ଥ

ଲଣ୍ଡନ: ବିନା ପୁରୁଷାଙ୍ଗ ଜନ୍ମ ନେଇଥିବା ଆଣ୍ଡ୍ରୁ ଓ୍ଵାର୍ଡେଲ୍‌ ନାମକ ଜନୈକ ୪୪ ବର୍ଷ ବୟସ୍କ ବ୍ୟକ୍ତି ଏବେ ତାଙ୍କ ଜୀବନର ପ୍ରଥମ ସହବାସ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଲଣ୍ଡନ୍‌ର ୟୁନିଭରସିଟି କଲେଜ ହସ୍‌ପିଟାଲରେ ୫୦,୦୦୦ ପାଉଣ୍ଡ ଖର୍ଚ୍ଚକରି ନିଜ ଶରୀରରେ ଏକ ଜୈବ ପୁରୁଷାଙ୍ଗ ଲଗାଇଥିବା ଆଣ୍ଡ୍ରୁ ଏବେ ସହବାସ ପାଇଁ ସଂପୂର୍ଣ୍ଣ ସକ୍ଷମ ବୋଲି କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ।

ଉଲ୍ଲେଖଯୋଗ୍ୟ ୪୪ ବର୍ଷ ବୟସ୍କ ଆଣ୍ଠ୍ରୁଙ୍କର ଜନ୍ମରୁ ପୁରୁଷାଙ୍ଗ ନଥିଲା। ତେବେ, ନିଜର ବାନ୍ଧବୀ ଫେଡ୍ରା ଫାବିନାଙ୍କୁ ବିବାହ କରିବା ପାଇଁ ମନସ୍ଥ କରିବା ପରେ ଆଣ୍ଡ୍ରୁଙ୍କ ପାଇଁ ତାଙ୍କ ପୁରୁଷାଙ୍ଗ ଏକ ସମସ୍ୟା ହୋଇ ଦେଖା ଦେଇଥିଲା। ତହୁଁ ସେ ଲଣ୍ଡନ୍‌ର ୟୁନିଭରସିଟି କଲେଜ ହସ୍‌ପିଟାଲର ଡାକ୍ତରମାନଙ୍କ ସହ ପରାମର୍ଶ କରି ନିଜ ଶରୀରରେ ଏକ ଜୈବ ପୁରୁଷାଙ୍ଗ ରୋପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଲଣ୍ଡନ୍‌ର ୟୁନିଭରସିଟି କଲେଜ ହସ୍‌ପିଟାଲର ଡାକ୍ତରମାନେ ଆଣ୍ଡ୍ରୁଙ୍କ ଶରୀରରେ ଏକାଧିକ ଅସ୍ତ୍ରୋପଚାର କରି ଏକ ଜୈବ ପୁରୁଷାଙ୍ଗ ରୋପଣ କରିବାରେ ସମର୍ଥ ହୋଇଥିଲେ। ଏଥିପାଇଁ ଆଣ୍ଡ୍ରୁଙ୍କୁ ଅବଶ୍ୟ ୫୦,୦୦୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ିଥିଲା। ତେବେ, ଅସ୍ତ୍ରୋପଚାର ପରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ଆଣ୍ଡ୍ରୁଙ୍କ ଶରୀରରେ ଜୈବ ପୁରୁଷାଙ୍ଗ ସଂପୂର୍ଣ୍ଣ ସଫଳ ଭାବେ ରୋପଣ ହୋଇଛି। ଏବେ ସେ ତାଙ୍କର  ବାନ୍ଧବୀ ଫେଡ୍ରା ଫାବିନାଙ୍କୁ ବିବାହ କରି ତାଙ୍କ ସହ ସହବାସ କରିବାକୁ ସଂପୂର୍ଣ୍ଣ ସକ୍ଷମ। ଡାକ୍ତରମାନଙ୍କର ଏହି ଘୋଷଣା ପରେ ଏବେ ଖୁବ୍‌ ଖୁସି ଅଛନ୍ତି ଆଣ୍ଡ୍ରୁ।

ସମ୍ବନ୍ଧିତ ଖବର