କଞ୍ଚା ଆମ୍ବ ଖାଇଲେ ଶରୀରକୁ ମିଳେ ଏହିସବୁ ଫାଇଦା

ଗରମ ଦିନ ଆସିବା ମାତ୍ରେ ବଜାରରେ କଞ୍ଚା ଆମ୍ବ ବିକ୍ରି ହେବା ଆରମ୍ଭ ହୋଇଯାଏ। ଘରେ ଘରେ କଞ୍ଚା ଆମ୍ବର ଚଟଣି ପ୍ରସ୍ତୁତ କରାଯାଇଥାଏ। ଏହି ଚଟଣି ଖାଇବାର ତ ଦୁରର କଥା ଦେଖୁ ଦେଖି ମୁହଁରେ ପାଣି ଆସି ଯାଇଥାଏ। ତେବେ ଗରମ ଦିନେ କଞ୍ଚା ଆମ୍ବ ଖାଇବାର ଫାଇଦା ସମ୍ପର୍କରେ ଆସନ୍ତୁ ଜାଣିବା।

୧. କଞ୍ଚା ଆମ୍ବ ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗକୁ ଦୂରେଇ କରିଥାଏ। କଞ୍ଚା ଆମ୍ବରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ରହିଥାଏ।

୨. ଆପଣଙ୍କୁ ଗ୍ୟାସ କିମ୍ବା ଛାତି ଜଳିବା ଭଳି ସମସ୍ୟା ଥିଲେ ପ୍ରତିଦିନ କଞ୍ଚା ଆମ୍ବ ଖାଆନ୍ତୁ। ଏହି ସମସ୍ୟା ଦୂର ହୋଇଯିବ।

୩. କଞ୍ଚା ଆମ୍ବକୁ ଲୁଣ ସହିତ ମିଶାଇ ଖାଇଲେ ଶରୀରରେ ପାଣିର ହ୍ରାସତ ଅନୁଭବ ହୁଏ ନାହିଁ। ଏଥିସହିତ ଉଚ୍ଚ ତାପମାତ୍ରାରୁ ଶରୀରକୁ ରକ୍ଷା କରିଥାଏ।

୪. କଞ୍ଚା ଆମ୍ବରେ ପ୍ରଚୁର ମାତ୍ରାରେ ଭିଟାମସିନ୍‌ ମିଳିଥାଏ। ଏହା ରକ୍ତକୁ ପରିଷ୍କାର ରଖିଥାଏ।

୫. ଅନ୍ତସତ୍ତ୍ୱା ମହିଳାଙ୍କୁ ଅଚାର ଓ ଖଟା ଜାତୀୟ ଖାଦ୍ୟ ଖାଇବାକୁ ମନା ହୋଇଥାଏ। ତେଣୁ ଏପରି କ୍ଷେତ୍ରରେ ସେମାନେ କଞ୍ଚା ଆମ୍ବକୁ ଖାଇ ପାରିବେ। ସକାଳେ ଉଠିବା ପରେ ଯଦି ଦୁର୍ବଳ ଲାଗୁଛି ତେବେ କଞ୍ଚା ଆମ୍ବ ଖାଇବା ଦ୍ୱାରା ଏହା ଦୂର ହୋଇଥାଏ।

୬. ଗରମ ଦିନେ ଶରୀରରେ ଘିମିରି ହୋଇଥିଲେ ଆମ୍ବ ଖାଇବା ଦ୍ୱାରା ଏହା ଦୂର ହେଇଥାଏ। କଞ୍ଚା ଆମ୍ବରେ ଏଭଳି ତତ୍ତ୍ୱ ଅଛି ଯାହା ସୂର୍ଯ୍ୟଙ୍କ ପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ। କେବଳ ଏତିକି ନୁହେଁ ଏହା ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ଶରୀରର ଓଜନ ବୃଦ୍ଧି ହେବାକୁ ଦିଏ ନାହିଁ।

୭. ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଆମ୍ବ ଖାଇବା ଲାଭଦାୟକ ହୋଇଥାଏ। ଶରୀରରୁ ସୁଗାର ମାତ୍ରା କମ୍‌ କରିବାକୁ ହେଲେ କାଞ୍ଚା ଆମ୍ବୁକୁ ଦହି କିମ୍ବା ଭାତରେ ଖାଇ ପାରିବେ।

ସମ୍ବନ୍ଧିତ ଖବର