ମନୁଷ୍ୟ ନିଜର ଅଭିଳାଷ ପୂରଣ କରିବାପାଇଁ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା କରିଥାଏ।ଏହା କେତୋଟି ସରଳ ମନ୍ତ୍ର ଜରିଆରେ ସମ୍ଭବ ହୋଇପାରିବ। ଆସନ୍ତୁ ଜାଣିବା କେଉଁ ଦେବତାଙ୍କର କେଉଁ ମନ୍ତ୍ର ଜପ କରିଲେ ମନସ୍କାମନା ପୂର୍ଣ୍ଣ ହୋଇପାରିବ।
ଗଣେଶ ମନ୍ତ୍ର:- ‘ଓଁ ଗଂ ଗଣପତୟେ ନମଃ’ଏହି ମନ୍ତ୍ର ଜପ କଲେ ପ୍ରଗତିରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ।
ଲକ୍ଷ୍ମୀ ମନ୍ତ୍ର:- ‘ଓଁ ଶ୍ରୀଂ ମହାଲକ୍ଷ୍ମୈ ସ୍ୱାହା’।ଏହି ମନ୍ତ୍ର ଜପ କରିଲେ ଉତରୋତ୍ତର ଉନ୍ନତି ଘଟିଥାଏ।ଏହା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ହୋଇଥାଏ।ଭୁଲ୍‌ ବୁଝାମଣା ଦୂର ହୋଇଥାଏ।
ଦୁର୍ଗା ମନ୍ତ୍ର:-‘ଓଁ ଦମ୍‌ ଦୁର୍ଗାୟୈ ନମଃ’ ଏହି ମନ୍ତ୍ର ଜପ କରିଲେ,ଆପଣଙ୍କ ଭିତରେ ଥିବା ନକାରାତ୍ମକ ଓ କ୍ଷତିକାରକ ଭାବନା ଦୂରୀଭୂତ ହୋଇଥାଏ ଓ ଆପଣ ବିକାଶ ପଥରେ ଅଗ୍ରସର କରିପାରିବେ।
ସରସ୍ୱତୀ ମନ୍ତ୍ର: ‘ଓଁ ଇମ୍‌ ସରସ୍ୱତୈ ସ୍ୱାହା’ ।ଆପଣ ଯଦି ନିଜର ପାଠପଢ଼ା କ୍ୟାରିଅରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ତେବେ ଏହି ମନ୍ତ୍ର ଜପ କରିଲେ;ଆପଣଙ୍କର ଉନ୍ନତି ହେବ ଓ ମନସ୍କାମନା ପୂରଣ ହେବ।

Advertisment

publive-image photo-hindugallery

ଶିବ ମନ୍ତ୍ର: ‘ଓଁ ନମଃ ଶିବାୟ’ ଏହି ମନ୍ତ୍ର ଜପ କରିଲେ ଆପଣଙ୍କର ଆଧ୍ୟାତ୍ମିକ ମନସ୍କାମନା ପୂରଣ ହୋଇଥାଏ।
ରାମ ମନ୍ତ୍ର: ‘ଓଁ ଶ୍ରୀ ରାମ ଜୟ ରାମ୍‌’।ଏହି ମନ୍ତ୍ର ଜପ କରିଲେ ଆପଣ ଇଶ୍ୱରଙ୍କ ନିକଟତର ହୋଇଥା’ନ୍ତି।