ଆଖି ପାଇଁ ଚର୍ଚ୍ଚାରେ ୟୁକ୍ରେନିଆନ୍‌ ମଡେଲ୍‌ ମାରିଆ ଓଜ୍‌

ୟୁକ୍ରେନିଆନ୍‌ ମଡେଲ୍‌ ମାରିଆ ଓଜ୍‌ ନିଜର ଆଖି ପାଇଁ ଚର୍ଚ୍ଚାରେ। ତାଙ୍କ ଆଖି ଦୁଇଟି ବାସ୍ତବ, ନା ସେ କିଛି କଂପ୍ୟୁଟର୍‌ କିମିଆ କରିଦେଖାଉଛନ୍ତି, ଏହାକୁ ନେଇ ‘ଇନ୍‌ସଟାଗ୍ରାମ୍‌’ରେ ଚର୍ଚ୍ଚା ଚାଲିଛି। ପ୍ରକୃତରେ ତାଙ୍କ ଆଖି ଦୁଇଟି ଆକାରରେ ବେଶ୍‌ ବଡ଼। ଏହା ହିଁ ତାଙ୍କୁ ଆକର୍ଷକ ରୂପ ଦେଉଛି। ‘ଇନ୍‌ସଟାଗ୍ରାମ୍‌’ରେ ତାଙ୍କର ଅନୁଗାମୀଙ୍କ ସ˚ଖ୍ୟା ଏକ ଲକ୍ଷ ସତର ହଜାର। ଅନେକଙ୍କର ଧାରଣା, ମାରିଆଙ୍କ ଆଖି ବିଶ୍ବରେ ବୃହତ୍ତମ। ପୁଣି ଅନେକ ଭାବୁଛନ୍ତି, କୌଣସି ଏକ କ˚ପ୍ୟୁଟର‌୍‌ ସଫ୍‌ଟେଵର‌୍‌ ସାହାଯ୍ୟରେ ସେ ନିଜର ଆଖିକୁ ବଦଳାଇ ଉପସ୍ଥାପିତ କରୁଛନ୍ତି। ମାରିଆ ମଧ୍ୟ ଜଣେ ପେସାଦାର ଫଟୋଗ୍ରାଫର‌୍‌। ୨୦୧୬ ପୂର୍ବରୁ ପେସାଦାର ପାଚିକା ହେବା ଥିଲା, ତାଙ୍କର ଲକ୍ଷ୍ୟ। ତେବେ, ହଠାତ୍‌ ମଡେଲି˚ ଓ ଫଟୋଗ୍ରାଫି ପ୍ରତି ଆକର୍ଷିତ ହୋଇଥିଲେ।

ସମ୍ବନ୍ଧିତ ଖବର