ଆରେଞ୍ଜ ମ୍ୟାରେଜ୍‌ ପୂର୍ବରୁ ଏହା କରିବା ଜରୁରୀ !

ଆଜିକାଲି ପ୍ରେମ ବିବାହର ପ୍ରଚଳନ ବିଶେଷଭାବେ ଦେଖିବାକୁ ମିଳୁଛି। ତଥାପି ପ୍ରସ୍ତାବିତ ବିବାହ ମଧ୍ୟ ସଂପୂର୍ଣ୍ଣ ଲୋପ ପାଇ ନାହିଁ ବୋଲି କୁହାଯାଇପାରେ। ଆଧୁୁନିକ ସମୟରେ ଲୋକେ ଅଧିକ ସଚେତନ ହେଲେଣି। ସେମାନଙ୍କ ମନରେ ଯଥେଷ୍ଟ ବିଶ୍ୱାସ ଜାତ ହେବାପରେ ଉଭୟ ପକ୍ଷ ରାଜି ହେଉଛନ୍ତି ଏବଂ ବାହାଘର ହେଉଛି। ଏଣୁ ବାହାଘର  ପୂର୍ବରୁ ବର କନ୍ୟା ଜଣେ ଆର ଜଣକର ପସନ୍ଦ-ନାପସନ୍ଦ,ଇଛା-ଅନିଛା ଆଦିକୁ ଜାଣିବାର ଚେଷ୍ଟା ଚାଲିଛି। ଏଥିଲାଗି ଆଜିକାଲି ବାହାଘର ଫାଇନାଲ ହେବାର ଅନ୍ତିମ ପର୍ଯ୍ୟାୟରେ ଉଭୟଙ୍କ ଭିତରେ କଥା ହେବାକୁ ଆଉ ବାରଣ କରାଯାଉନାହିଁ। ବରଂ ଏହା ଏକ ଆବଶ୍ୟକତା ବୋଲି ଧରି ନିଆଯାଇଛି।

ବର-କନ୍ୟା କିଛି ସପ୍ତାହ ଭିତରେ ଉଭୟଙ୍କ ସଂପର୍କରେ ଅଧିକ ତଥ୍ୟ ହାସଲ କରିପାରନ୍ତି। ସେଥିରୁ ସେ ଏହି ପୁଅ/ଝିଅକୁ ବାହା ହେବା ଉଚିତ କି ଅନୁଚିତ ତାହା ସ୍ଥିର କରନ୍ତି। ଖାଲି ସେତିକି ନୁହେଁ ଯଦି ଉଭୟଙ୍କ ଭିତରୁ କେହି ଅନ୍ୟ କେଉଁଠାରେ ବାହା ହେବାକୁ ଚାହୁଁଥିବେ ତେବେ ତାହାର ସମାଧାନର ବ୍ୟବସ୍ଥା ବି ଏଥିରେ ହୋଇପାରେ। କାଳେ କେହି ପରିବାରର ଚାପରେ ବାହା ହେଉଥିବେ ତାହା ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିପାରେ, ଏଣୁ ଏହାର ବି ଉପଯୁକ୍ତ ସମାଧାନର ମାର୍ଗ ହେଉଛି ବର କନ୍ୟାଙ୍କ ଏଭଳି ମିଳାମିଶା। ଯଦି ଉଭୟଙ୍କର ମନ ମିଶିଲା ଏବହଂ ଉଭୟେ ପରସ୍ପରର ଜୀବନ ସାଥୀ ହେବାକୁ ସମ୍ମତ ହୁଅନ୍ତି ତେବେ ମ୍ୟାରେଜ୍‌ କାଉନ୍‌ସେଲିଂର ସହାୟତା ନେଇପାରନ୍ତି। ଏଥିରେ  ଫ୍ୟାମିଲି ପ୍ଲାନିଙ୍ଗ୍‌ ଉପରେ ମଧ୍ୟ ବିଚାର ବିମର୍ଶ ହୋଇଥାଏ। ମାତ୍ର ଦୁଇ ତିନିଟି ମିଟିଂରେ ଏକଥାର ଖୁଲାସା ହୋଇପାରେ । ଏହା ଦ୍ୱାରା ଉଭୟ ବର ଓବଧୂ ପରସ୍ପରକୁ ସହଜରେ ବୁଝିବାର ପ୍ରୟାସ କରନ୍ତି। ଯଦି ଓ୍ଵର୍କିଂ ଓ୍ଵିମ୍ୟାନ୍‌ କିପରି ଯୌଥ ପରିବାରରେ  ବୋହୂ ହୋଇଗଲେ,ତା’ର ଦାୟିତ୍ୱ ନେବେ,କିମ୍ବା  ଏକାକୀ  ପରିବାରର ସଦସ୍ୟା ହେଲେ କିପରି ଘର ଚଳାଇବାକୁ ହେବ,ସେହି ପ୍ରସଙ୍ଗରେ ବି ପ୍ରଶିକ୍ଷଣ ଦିଆଯାଇଥାଏ।

photo-theinparent.com

ସଫଳ ବୈବାହିକ ଜୀବନର ସୂତ୍ର ମଧ୍ୟ ଏଥିରେ  ବିତାଇଦିଆଯାଇଥାଏ । ଦାଂପତ୍ୟ ଜୀବନର ଉତ୍‌ଥାନ-ପତନ ସଂପର୍କରେ ସର୍ବଶେଷ ଆଲୋଚନା କରାଯାଇଥାଏ। ଜଣେ ମ୍ୟାରେଜ୍‌ କାଉନ୍‌ସେଲ୍‌ରଙ୍କ ଦ୍ୱାରା ଏହା କରାଯାଇଥାଏ। ବିବାହ କେବଳ ଦୁଇ ଲୋକଙ୍କ ଜୀବନର କଥା ନୁହେଁ,ଏହା ଦୁଇ ପରିବାର ଏବଂ ସେମାନଙ୍କ ପରଂପରାକୁ ଯୋଡ଼ିବାର ପ୍ରସଙ୍ଗ।ଏଥିପାଇଁ ଏଥିରେ କେବଳ ବର କନ୍ୟାଙ୍କର ନୁହେଁ,ବରଂ ଉଭୟ ପରିବାରକୁ ମଧ୍ୟ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏଥିରେ ମାତା-ପିତା ଓ ଶାଶୁ-ଶଶୂରଙ୍କ କାଉନସେଲିଂ ହୋଇଥାଏ। ବିବାହ ପୂର୍ବରୁ ଯେତେବେଳେ ବର ଓ ବଧୂ ଏବଂ ଦୁଇ ପରିବାର ପରସ୍ପରକୁ ସହଜରେ ବୁଝିପାରନ୍ତି ଏବଂ ଆଗାମୀ ଦିନରେ ଏକ ମଜ୍‌ଭୁତ ସଂପର୍କ ସ୍ଥାପନର ଶୁଭାରମ୍ଭ କରାଯାଇଥାଏ।

ସବୁଠୁଁ ବଡ଼ କଥା ହେଉଛି ଯେ ଏହି କାଉନସେଲିଂ ସମୟରେ ପରସ୍ପର ମଧ୍ୟରେ ଥିବା ଆଶଙ୍କା ଦୂରୀଭୂତ ହୋଇଥାଏ। ମ୍ୟାରେଜ୍‌ପରେ ଜବ୍‌,ଫ୍ୟାମିଲି ସହିତ ରହିବେ କି ଅଲଗା ରହିବେ,ରୋଗ,ସ୍ୱାସ୍ଥ୍ୟ,ଖାଦ୍ୟ ପାନୀୟ,ଘରର ଚାଲିଚଳଣୀ,ସଂସ୍କାର ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥାଏ।

ସମ୍ବନ୍ଧିତ ଖବର