ଏହି ୧୮ଟି ଲକ୍ଷଣରୁ ୧୨ଟି ମିଶୁଥିବା ପୁରୁଷଙ୍କୁ ବିନା ଦ୍ୱିଧାରେ ବିବାହ କରି ପାରିବେ !

ପୁଅ-ଝିଅଙ୍କ ବିବାହକୁ ନେଇ ସବୁ ପିତାମାତାମାନଙ୍କର ଚିନ୍ତା ଲାଗି ରହିଥାଏ । ବିବାହ ପରେ ସେମାନେ କିପରି ଖୁସିରେ ରହିବେ ସେ ଚିନ୍ତା ଲାଗି ରହିଥାଏ । ଖାସ୍‌ କରି ଗୋଟେ ଝିଅକୁ ବିବାହ କରିବା ପାଇଁ ଝିଅ ବଡ଼ ହେବା ପରେ ଯୋଗ୍ୟ ପାତ୍ର ଖୋଜିବାରେ ଲାଗି ପଡ଼ନ୍ତି ପରିବାର ଲୋକେ । ପୂର୍ବରୁ ରାଜକୁମାରୀମାନଙ୍କ ପାଇଁ ଯୋଗ୍ୟ ବର ବାଛିବା ପାଇଁ ସ୍ୱୟମ୍ବର କରାଯାଇଥିଲା । ବିଭିନ୍ନ ରାଜ୍ୟର ରାଜା ଆସି ନିଜର ବୁଦ୍ଧି ପରୀକ୍ଷା ଦେଉଥିଲେ । ତା ପରେ ଯାଇ ରାଜକୁମାରୀଙ୍କ ପାଇଁ ଯୋଗ୍ୟ ବର ବଛା ଯାଉଥିଲା । ମହାଭାରତ ହେଉ ବା ରାମାୟଣ ସୀତା ଏବଂ ଦ୍ରୌପଦୀଙ୍କ ପାଇଁ ସ୍ୱୟମ୍ବର ମାଧ୍ୟମରେ ହିଁ ବର ଖୋଜା ଯାଇଥିଲା । ଏବେ ବିଭିନ୍ନ ଟିଭି ଚ୍ୟାନେଲରେ ଆପଣମାନେ ହିରୋଇନମାନଙ୍କର ସ୍ୱୟମ୍ବର ହେଉଥିବା ଦେଖୁଥିବେ । ତେବେ ସମସ୍ତଙ୍କ ପକ୍ଷେ ଏହା କରିବା ସମ୍ଭବ ନୁହେଁ । ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ସ୍ୱୟଂମ୍ବରରେ କିପରି ଆପଣ ଆପଣଙ୍କ ଜୀବନ ସାଥୀ ବାଛିବେ । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଜଣେ ପୁରୁଷକୁ ନିଜ ଜୀବନସାଥୀ ରୁପେ ବାଛିବା ପୂର୍ବରୁ ଏହି ୧୮ଟି ଲକ୍ଷଣ ଅଛି କି ନାହିଁ ଦେଖନ୍ତୁ । ୧୮ଟି ମଧ୍ୟରୁ ଯଦି ୧୨ଟି ଗୁଣ ମିଶୁଛି , ତେବେ ବିନା ଦ୍ୱିଧାରେ ଆପଣ ତାଙ୍କୁ ନିଜ ଜୀବନସାଥୀ ରୂପେ ବାଛି ପାରିବେ । ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ…

୧.ସାହସୀ ଏବଂ ଧର୍ଯ୍ୟବାନ ହୋଇଥିବା ଦରକାର । କାମ ଛୋଟ ହେଉ ବା ବଡ଼ ଛୋଟ ନ ମାନି କରୁଥିବା ଦରକାର ।
୨.ଜୀବନରେ ସବୁ ଜିନିଷପ୍ରତି ସାବଧାନ ରହିବା ସହ ଗୁରୁତ୍ୱ ରଖୁଥିବା ଲୋକଟି ବିଷୟରେ ଭାବି କାମ କରୁଥିବା ଦରକାର ।
୩. ସକାଳୁ ଶୀଘ୍ର ଉଠିବା ସହ ଅନ୍ୟକୁ ଉଠିବା ପାଇଁ କହୁଥିବା ବ୍ୟକ୍ତି ବିବାହ ପାଇଁ ଅତି ଉତ୍ତମ ହୋଇଥାନ୍ତି ।
୪.କଠୋର ପରିଶ୍ରମ କରିବା ପାଇଁ ଡ଼ରୁ ନଥିବ ।
୫.ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ ସୁସଂପର୍କ ବଜାୟ ରଖିବା ସହ ସବୁ ଜିନିଷକୁ ବାଣ୍ଟିବାକୁ ପସନ୍ଦ କରୁଥିବେ ।
୬.ନିଜ ଜୀବନସାଥୀର ସ୍ୱପ୍ନ ଏବଂ ଇଚ୍ଛାକୁ ସମ୍ମାନ ଦେବା ସହ ତାକୁ ପୁରଣ କରିବାରେ ନିଜ ସାଥୀକୁ ସାହାଯ୍ୟ କରିପାରୁଥିବା ବ୍ୟକ୍ତି ହିଁ ସଠିକ୍‌ ଜୀବନସାଥୀ ହୋଇପାରିବେ ।
୭. ଯେଉଁ ବ୍ୟକ୍ତି ପରିବାରକୁ ସମୟ ଦେବା ସହ ତାଙ୍କର ଦାୟିତ୍ୱ ନେବା ପାଇଁ ସବୁ ବେଳେ ପ୍ରସ୍ତୁତ ଥିବେ ।
୮. ଜୀବନର ସବୁ ପରିସ୍ଥିତିରେ ସେ ଭାଙ୍ଗି ନ ପଡ଼ି ତାକୁ ଧୈର୍ଯ୍ୟର ସହ ସାମ୍ନା କରିପାରୁଥେିବ ।
୯.ଅଯଥା ସ୍ମୃତିକୁ ମନେ ନ ରଖି ଯାହା ତାଙ୍କ ଜୀବନରେ ଗୁରୁତ୍ୱପୁର୍ଣ୍ଣ ସେମାନଙ୍କ ସ୍ମୃତିକୁ ମନେ ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅତି ଉତ୍ତମ ।
୧୦.ନିଜ ଧନ ସମ୍ପତ୍ତିି ପାଇଁ ଗର୍ବ ନ କରି ଲୋକମାନଙ୍କୁ ସମ୍ମାନ ଦେଇ ଜାଣିଥିବା ବ୍ୟକ୍ତିକୁ ଆପଣ ବିନା ଦ୍ୱିଧାରେ ବିବାହ କରି ପାରିବେ ।
୧୧ ବ୍ୟକ୍ତି ଜଣଙ୍କ ଉଚ୍ଚାଭିଳାଷୀ ଏବଂ ବିନମ୍ର ବ୍ୟକ୍ତି ହୋଇଥିବା ଦରକାର ।
୧୨ ଯାହା ତାଙ୍କ ପାଖରେ ଅଛି ତାକୁ ନେଇ ଖୁସି ହେବା ସହ କିପରି ତାଠାରୁ ଅଧିକ ଭଲ କରି ପାରିବେ ସେ ବିଷୟରେ ଭାବୁଥିବା ବ୍ୟକ୍ତି ।
୧୩ ସୁସ୍ଥ ରହିବା ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ସହ ଅନ୍ୟକୁ ମଧ୍ୟ ଏଥିପାଇଁ ଉତ୍ସାହିତ କରୁଥିବା ବ୍ୟକ୍ତି ।
୧୪.ଅଧିକ ସମୟ ଶୋଇବାକୁ ପସନ୍ଦ କରୁନଥିବା ବ୍ୟକ୍ତି ।
୧୫.ନିଜ ସହକର୍ମୀଙ୍କ ପ୍ରତି ବିନମ୍ର ଭାବନା ରଖୁଥିବା ବ୍ୟକ୍ତି ।
୧୬. ବିପଦକୁ ସାମ୍ନାରେ ଦେଖି ତାର ସାମ୍ନା କରିବାକୁ ସାହାସ ରଖୁଥିବା ବ୍ୟକ୍ତିକୁ ଆପଣ ଆଖି ବନ୍ଦ କରି ନିଜର ଜୀବନସାଥୀ ରୁପେ ବାଛି ପାରିବେ ।

                                                              photo-amarujala
୧୭ ଖରା, ବର୍ଷା ଶୀତକୁ ନ ମାନି ନିଜ କର୍ମକୁ ଅବହେଳା ନ କରି କାମ କରୁଥିବା ବ୍ୟକ୍ତି ।
୧୭.ପରିବାର ଏବଂ ସାଙ୍ଗମାନଙ୍କ ସହ ଝଗଡ଼ା ହେଉଥିବା ବେଳେ ଯିଏ ନିଜର ଧୈର୍ଯ୍ୟ ନ ହରାଇ ସମାଧାନ କରିପାରୁଥିବା ବ୍ୟକ୍ତି ।
୧୮.ସଫଳତା ପାଇବା ବାଟରେ ଆସୁଥିବା ଅସୁବିଧାରେ ହାରି ନ ଯାଇ ସାମ୍ନା କରିବାର କ୍ଷମତା ରଖୁଥିବା ବ୍ୟକ୍ତି ।

ସମ୍ବନ୍ଧିତ ଖବର