କେଉଁ ସମୟରେ ମାଲିସ କରିବେ ? ଏହାର ଅନ୍ୟ ନିୟମ ସଂପର୍କରେ ଜାଣନ୍ତୁ !

ଶରୀରର ବିଭିନ୍ନ ଅଙ୍ଗର ମାଲିସ୍‌ କରିବା ପାଇଁ ଅନେକ ସମୟରେ ଆବଶ୍ୟକ ପଡ଼ିଥାଏ। କାହାର ପାଦ ଦରଜ ହେଉଥିଲେ ବା କାହାର ଦେହରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ବି ମାଲିସ୍‌ର ଆବଶ୍ୟକତା ପଡ଼େ । ଏଣୁ କିଭଳି ତାହା କରିବେ ଆସନ୍ତୁ ସେଥିପ୍ରତି ନଜର ପକାଇବା…

ଜାଣନ୍ତୁ ମାଲିସ୍‌ର ନିୟମ:-
ମାଲିସ୍‌ ପାଇଁ ପ୍ରାତଃ ସମୟ ଭଲ । ଯେଉଁ ଘରେ ମାଲିସ୍‌ କରିବେ, ତାହା ଖୋଲା ଥିବ ଓ ଉନ୍ମୁକ୍ତ ପବନ ଆତଯାତ କରୁଥିବ ଏବଂ ଶାନ୍ତ ପରିବେଶ ସେଠାରେ ଥିବ । ମାଲିସ୍‌ ପାଇଁ ସୋରିଷ, ରାଶି ବା ନଡ଼ିଆ ତେଲର ଉପଯୋଗ କରିବା ଆବଶ୍ୟକ ।

-ସର୍ବଦା ମନେ ରଖନ୍ତୁ । ମାଲିସ୍‌ କରିବା ସମୟରେ ହାତର ଗତି ସବୁବେଳେ ହୃଦୟ ଆଡୁ ହେଉଥିବ ।
-ଖାଦ୍ୟଗ୍ରହଣ କରିବାର ତୁରନ୍ତ ପରେ ମାଲିସ୍‌ କରିବା ଉଚିତ୍‌ ନୁହେଁ ।
-ଗର୍ଭବତୀ ମହିଳାଙ୍କର ପେଟ କିମ୍ବା ପାଦ ମାଲିସ୍‌ କରିବା ଉଚିତ୍‌ ନୁହେଁ ।
-ସାଧାରଣତଃ ମାଲିସ ପାଦରୁ ମୁଣ୍ଡ ଆଡକୁ କରାଯାଇଥାଏ ।
-ମାଲିସ୍‌ ଘରେ ଅଳ୍ପ ସମୟ ପାଇଁ ଖରାରେ ବସିବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ।
-ମାଲିସ ହେବାପରେ ଅଳ୍ପ ଉଷୁମ ପାଣିରେ ସ୍ନାନ କରିବା ଉଚିତ । ଏହା ଦ୍ୱାରା ତେଲର ଚିକ୍କଣିଆ ଅଂଶ ଚାଲିଯାଏ । ତା’ପରେ ତଉଲିଆରେ ରଗଡ଼ି କରି ଶରୀରକୁ ପୋଛନ୍ତୁ । ଏହା ଦ୍ୱାରା ରୋମ ଖୋଲିଯାଏ ।

photo-kmmassagetherapy

ଯଦି କୌଣସି ଶିଶୁର ମାଲିସ୍‌ କରିବାର ଥିଲେ ,ସେଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କିପରି ଶିଶୁର ମାଲିସ କରିବା…
-ଶିଶୁର ମାଲିସ କରିବା ପୂର୍ବରୁ ପରଖି ନିଅନ୍ତୁ ଯେ ଆପଣଙ୍କ ହାତ ଥଣ୍ଡା ଯେପରି ନଥାଏ ।
-ଶିଶୁର ସବୁ ଅଙ୍ଗକୁ ଧୀରେଧୀରେ ମାଲିସ କରନ୍ତୁ ।
-ଉଭୟ ଗୋଡ଼ର ଆଣ୍ଠୁରୁ ତଳକୁ ଓ ଉପରକୁ ମାଲିସ କରନ୍ତୁ ।
-ଉଭୟ ବାହୁରେ ତେଲ ଲଗାନ୍ତୁ ଏବଂ ଧୀରେଧୀରେ ମାଲିସ କରନ୍ତୁ ।
-ଶିଶୁର ହାତ ପାପୁଲି ଓ ପାଦକୁ ମଧ୍ୟ ଧୀରେ ଧୀରେ ତେଲ ଲଗାଇ ମାଲିସ କରନ୍ତୁ ।
-ଶିଶୁକୁ ପେଟେଇ ଦେଇ ପିଠିରେ ତେଲ ଲଗାଇ ଆସ୍ତେ ଆସ୍ତେ ଭଲ ଭାବେ ମାଲିସ କରନ୍ତୁ ।
-ଅଟା ଦଳିବା ପରି ଶିଶୁର ନିତିମ୍ବାକୁ ଦବାନ୍ତୁ ।
-ଶିଶୁକୁ ଦୁଗ୍ଧ ପିଆଇବାର କିଛି ସମୟ ପରେ ମାାଲିସ କରନ୍ତୁ ।
-ଶେଷରେ ହାଲୁକାଭାବେ ଶିଶୁର ବେକ,ନିତମ୍ବ,ପିଠି,ପାଦ ଓ ବାହୁକୁ ମାଲିସ କରନ୍ତୁ ।

ସମ୍ବନ୍ଧିତ ଖବର