ସ୍ୱାସ୍ଥ୍ୟ ପାଇଁ ମାଲିସ ଜରୁରୀ। ପିଲାଙ୍କଠାରୁ ଆରମ୍ଭ କରିବ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଦ୍ୱାରା ଲାଭବାନ ହୁଅନ୍ତି। ଏହା ଦ୍ୱାରା ଶରୀରର ଭିତର ଓ ବାହାର ସଫାହୁଏ। ଶରୀରରେ ଜମାହେଉଥିବା ବିଷାକ୍ତ ପଦାର୍ଥ ବା ଟକ୍‌ସିନ୍‌ ଏହା ଦ୍ୱାରା ବାହାରିଯାଏ। ଏହା ଦ୍ୱାରା ମେଦ ନଷ୍ଟ ହୁଏ। ଏହା ପୀଡ଼ା ଓ ଅବସାଦ ଦୂରକାରୀ। ରକ୍ତ ସଞ୍ଚାଳନ ପ୍ରକ୍ରିୟା ସୁଧାରେ। ଏହା ଦ୍ୱାରା ମାଂସପେଶୀ ମଜଭୁତ ହେବା ସହ ଶକ୍ତି-ସ୍ଫୂର୍ତ୍ତି ମିଳେ। କ୍ଳାନ୍ତି ଦୂର ହୁଏ। ତ୍ୱଚା କୁଞ୍ଚନ ସହଜରେ ହୁଏନାହିଁ। ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ। ଦୃଷ୍ଟି-ଶକ୍ତିି ପାଇଁ ମଧ୍ୟ ଏହା ଉପକାରୀ। ଏହା ଦ୍ୱାରା ଭଲ ନିଦ ହୁଏ। ମନ ପ୍ରସନ୍ନ ରହେ। ରୋଗ-ପ୍ରତିରୋଧକ ଶକ୍ତି ବଢ଼େ। ବିଭିନ୍ନ ରୋଗରୁ ରକ୍ଷା ମିଳେ।

Advertisment

ଶୌଚକର୍ମ ପରେ ସ୍ନାନ ପୂର୍ବରୁ ମାଲିସ କରିବା ଭଲ। ସର୍ବଦା ପେଟ ଖାଲିଥିବା ବେଳେ ମାଲିସ କରନ୍ତୁ। ହାଲୁକା ଭାବେ ମାଲିସ କରନ୍ତୁ। ମାଲିସ ଗୋଡ଼ରୁ ଆରମ୍ଭ କରି ଶିରଃରେ ସାରନ୍ତୁ। ମାଲିସ ପରେ ଥଣ୍ଡା ପାଣିରେ ସ୍ନାନ କରନ୍ତୁନାହିଁ କି ବାହାରେ ବୁଲନ୍ତୁନାହିଁ। ମାଲିସରୁ ସର୍ବାଧିକ ଲାଭ ପାଇବା ପାଇଁ ଏକ ଘଣ୍ଟା ପରେ ଉଷୁମ ପାଣିରେ ସ୍ନାନ କରନ୍ତୁ। ଜର ଥିଲେ, ଉପବାସ କରୁଥିଲେ, କୋଷ୍ଠକାଠିନ୍ୟ ଥିଲେ, ବାନ୍ତି ହେଉଥିଲେ, ମାଲିସ କରନ୍ତୁନାହିଁ। ସୋରିଷ ତେଲ, ରାଶି ତେଲ, ବାଦାମ ତେଲ ଏଥି ପାଇଁ ଉପଯୁକ୍ତ।