ଏହି ସବୁ ଉପକାରୀ ଗଛ ନିଜ ବାରି କିମ୍ବା କୁଣ୍ଡରେ ନିଶ୍ଚୟ ପୋତନ୍ତୁ

ଗଛ ଲଗାଇବା ଏକ ଭଲ କଳା ଏକଥା ଆପଣ ଜାଣିିଥିବେ ନିଶ୍ଚୟ। ପରିବେଶ ପାଇଁ, ସମାଜ ପାଇଁ କୃଷି କା‌ର୍ଯ୍ୟ ଏକ ଉନ୍ନତଧରଣର କାର୍ଯ୍ୟ ହୋଇଥାଏ ବୋଲି ସଭିଁଏ ବିଶ୍ବାସ କରନ୍ତି। ମାତ୍ର ଏଥର ଗଛଟିଏ ଲଗାନ୍ତୁ ମାତ୍ର କେବଳ ସମାଜର ହିତ ପାଇଁ ନୁହେଁ, ବରଂ ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି। ଏପରି କିଛି ଔଷଧୀୟ ଗଛ ରହିଛି ଯାହାକୁ ଆପଣ ଆପଣଙ୍କ ବାରିରେ କିମ୍ବା କୁଣ୍ଡରେ ନିଶ୍ଚୟ ଲଗାନ୍ତୁ। ଫଳରେ ସେଥିରୁ ଅନେକ ଫାଇଦା ଆପଣ ପାଇପାରିବେ। ତେବେ, ଚାଲନ୍ତୁ ଜାଣିବା କେଉଁ ଗଛ ସବୁ ଲଗାଇବା ଆମ ପାଇଁ ନିହାତି ଜରୁରି।

: ପୁଦିନା ଗଛଟିଏ ନିଜ ବାରିରେ ଲଗାନ୍ତୁ। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ପେଟ ପାଇଁ ଖୁବ୍ ଭଲ ହୋଇଥାଏ। ଏହାକୁ କୌଣସି ସର୍ବତରେ ପକାଇ ପିଇପାରନ୍ତି କିମ୍ବା ପୁଦିନା ଚଟଣି କରି ମଧ୍ୟ ଖାଇପାରନ୍ତି। ଏହା ଗ୍ୟାସ୍‌, ପେଟ ବଥା ଆଦି ରୋଗକୁ ଦୂର କରିଥାଏ।


विकिपीडिया

: ପିଆଜ ଗଛ ବି ଖୁବ୍‌ ଉପକାରୀ। ପିଆଜ ପତ୍ର ହୃଦ୍‌ରୋଗୀଙ୍କ ପାଇଁ ଖୁବ୍ ଭଲ ହୋଇଥାଏ। ଏହାକୁ ଆପଣ ଶାଗ କରି ଖାଇପାରିବେ। ଏଥିରେ ରକ୍ତ ବି ନିର୍ମଳ ହୋଇଥାଏ।

: ଗେଣ୍ଡୁ ଫୁଲ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଉପକାରୀ ମଧ୍ୟ। ଗେଣ୍ଡୁ ଫୁଲରେ ପ୍ରଚୁର ଆଣ୍ଟି ଅକ୍ସିଡାଣ୍ଟ୍‌ ରହିଛି। ଏହା ବିଭିନ୍ନ ପ୍ରକାରର ସଂକ୍ରମଣରୁ ବଞ୍ଚାଇବା ସହ ତ୍ବଚାକୁ ମଧ୍ୟ ସୁସ୍ଥ ରଖିଥ‌ାଏ।

: ଗଙ୍ଗଶିଉଳୀ ଗଛରୁ ଗୋଟାଏ ନିଜ ବାରିରେ ରଖନ୍ତୁ। ଏହା ଥଣ୍ଡା, କାଶ ଓ ଜ୍ବର ପାଇଁ ଅବ୍ୟର୍ଥ ଔଷଧ ପରି କାର୍ଯ୍ୟ କରିଥାଏ।

 

ସମ୍ବନ୍ଧିତ ଖବର