ଜାଣନ୍ତୁ ମେହେନ୍ଦି କେମିତି ଆମର ଉପକାର କରିଥାଏ

କୌଣସି ପାରିବାରିକ ଉତ୍ସବ ଆସିଲେ ଝିଅ ଓ ମହିଳାମାନେ ନିଜ ହାତରେ ମେହେନ୍ଦି ଲଗାଇଥାଆନ୍ତି । ତା’ଛଡା କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ମେହେନ୍ଦୀର ପ୍ରୟୋଗ କରାଯାଇଥାଏ । ତେବେ ମେହେନ୍ଦି ଶରୀର ପାଇଁ ଉପକାରୀ । ଆସନ୍ତୁ ସେ ସଂପର୍କରେ ଜାଣିବା ।
ଯଦି ଆପଣ ତ୍ୱଚାଜନିତ କୌଣସି ରୋଗରେ ପୀଡିତ ତେବେ ମେହେନ୍ଦି ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ । ଆପଣ ମେହେନ୍ଦୀ ଗଛର ଛାଲକୁ କୁଟି ଗୁଣ୍ଡ କରି ରଖନ୍ତୁ । ଏହାକୁ ଜଳରେ ମିଶାଇ ନିୟମିତ ଭାବେ ଏକ ମାସ ଯାଏଁ ପାନ କରନ୍ତୁ । ମନେ ରଖନ୍ତୁ ଏହାକୁ ସେବନ କରିବା ସମୟରେ ମାସକ ପର୍ଯ୍ୟନ୍ତ ଦେହରେ ସାବୁନ ଲଗାଇବେ ନାହିଁ । ତା’ନହେଲେ ଏହାର କୌଣସି ଲାଭ ମିଳିବ ନାହିଁ ।

photo-onlinedoctor.lloydspharmacy.com

ମେହେନ୍ଦିର ପତ୍ର ଉଚ୍ଚ ରକ୍ତ ଚାପକୁ କମ୍‌ କରିବାରେ ସହାୟକ ହୋଇଥାଏ । ମେହେନ୍ଦି ପତ୍ରକୁ ବାଟି ନିଜ ହାତର ପାପୁଲିରେ ଲଗାଇଲେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ ।
ମେହେନ୍ଦୀ ଗଣ୍ଠିରେ ହେଉଥିବା କଷ୍ଟକୁ ମଧ୍ୟ ଲାଘବ କରିଥାଏ । ଆପଣ ମେହେନ୍ଦି ପତ୍ରକୁ ବାଟି ତାହାକୁ ଯନ୍ତ୍ରଣାର ହେଉଥିବା ଜାଗାରେ ଲଗାନ୍ତୁ । ସାଧାରଣ ଉଷୁମୁ ପ୍ରଲେପ ଦେଲେ ଶୀଘ୍ର ଆରାମ ମିଳିଥାଏ

ସମ୍ବନ୍ଧିତ ଖବର