ଫାଷ୍ଟ୍‌ଲେଡି ମେଲାନିଆ ଖୋଲିଲେ ଫିଟ୍‌ନେସ୍‌ର ମନ୍ତ୍ର

 ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ଭାରତ ଗସ୍ତରେ ଆସଛନ୍ତି। ତେବେ ଟ୍ରମ୍ପ୍‌ ଦମ୍ପତି ଆଗ୍ରାର ତାଜମହଲ୍ ବୁଲି ଦେଖିଛନ୍ତି। ଖାଲି ସେତିକି ନୁହେଁ, ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ତାଙ୍କ ‌ସୌନ୍ଦର୍ଯ୍ୟର ରାଜ୍‌ ବି ଭାରତବାସୀଙ୍କ ସହ ବାଣ୍ଟିଛନ୍ତି। କିପରି ସେ ନିଜକୁ ଏତେ ଫିଟ୍‌ ରଖି ପାରିଛନ୍ତି ତାହା ସେ ଖୋଲା‌ଖୋଲି ଭାବେ କହିଛନ୍ତି।

ମେଲାନିଆ କହିଛନ୍ତି ‌କି ସେ ଦିନକୁ ଅତି କମ୍‌ରେ ୭ ଖଣ୍ଡ ଫଳ ଖାଆନ୍ତି। ନିଜ ସ୍ବାମୀଙ୍କ ସହ ଭାରତ ଆସିଥିବା ମେଲ‌ାନିଆ କହନ୍ତି ସେ ସକାଳ ଜଳଖିଆକୁ ସବୁଠାରୁ ବେଶି ଗୁରୁତ୍ବ ଦେଇଥାନ୍ତି। ମେଲାନିଆ ନିଜ ସ୍ବାସ୍ଥ୍ୟ ସହ ଇଚ୍ଛାକୁ ବି ଗୁରୁତ୍ବ ଦେଇଥାନ୍ତି। ତାଙ୍କ କହିବା କଥା ହେଲା, ବ୍ୟକ୍ତିକୁ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସହ ବେଳେ ବେଳେ ଇଚ୍ଛାକୁ ବି ଗୁରୁତ୍ବ ଦେବା ଉଚିତ। ଯଦିଓ ଚକୋଲେଟ୍‌ ତାଙ୍କ ଫିଟ୍‌ନେସ୍‌ ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ତା ସତ୍ତ୍ବେ ବି ସେ ବେଳେ ବେଳେ ତାହାକୁ ଖାଇଥାନ୍ତି।

Times Now

ଉଲ୍ଲେଖଯୋଗ୍ୟ, ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌  ‘ଭାରତ ଲାଗି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆମେରିକା ଭାରତକୁ ଭଲପାଏ, ସମ୍ମାନ କରେ ଏବଂ ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ’ ବୋଲି ନିଜ ଭାଷଣରେ କହିଛନ୍ତି।

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ ଭାଷଣ ପରେ ନିଜର ଦୀର୍ଘ ଅଭିଭାଷଣ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ଭାରତବାସୀ ମତେ ଏଠାରେ ଯେଉଁ ସ୍ୱାଗତ ଦେଇଛନ୍ତି ତାହା ମୋର ସାରା ଜୀବନ ମନେରହିବ। ଭାରତୀୟମାନଙ୍କ ଆତିଥ୍ୟ ମତେ ଅଭିଭୂତ କରିଛି। ଏହି ଆତିଥ୍ୟ ଆମେରିକୀୟଙ୍କ ଲାଗି  ମଧ୍ୟ  ଏକ ଗୌରବର ବିଷୟ। ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର, ଅନ୍ୟତମ ବୃହତ୍ତମ ଅର୍ଥନୀତି ଏବଂ ଏକ ଶକ୍ତିଶାଳୀ ରାଷ୍ଟ୍ର। ଭାରତୀୟମାନେ ଶାନ୍ତିପ୍ରିୟ, ଗଣତାନ୍ତ୍ରିକ ମନୋଭାବ ସମ୍ପନ୍ନ। ଏଣୁ ଭାରତ-ଆମେରିକା ବନ୍ଧୁତ୍ୱ ଦୀର୍ଘଜୀବୀ ହେବ ବୋଲି ଆଶା ପ୍ରକାଶ କରୁଛି।’

ସମ୍ବନ୍ଧିତ ଖବର