ମାଇଗ୍ରେନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ
ଆଜିକାଲିର କାର୍ଯ୍ୟବ୍ୟସ୍ତତା ପାଇଁ ଲୋକମାନେ ନିଜ ଉପରୁ ନଜର ହଟାଇ ଦେଉଛନ୍ତି । କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । କିନ୍ତୁ କିଛି ଲୋକ ଏହାକୁ ସାମାନ୍ୟ ଭାବି ଅଣଦେଖା କରିବାରୁ ଏହା ଧିରେ ଧିରେ ଭୟଙ୍କର ରୂପ ନେଉଛି । ପ୍ରତିଦିନର ମୁଣ୍ଡବିନ୍ଧାକୁ ଅଣଦେଖା କରିବାରୁ ତାହା ମାଇଗ୍ରେନରେ ପରିଣତ ହୋଇଯାଉଛି । ମାଇଗ୍ରେନ୍କୁ ସାଇଲେଣ୍ଟ କିଲର ବୋଲି କୁହାଯାଏ, ଯାହା ମସ୍ତିଷ୍କକୁ ହଠାତ୍ ଆକ୍ରମଣ କରିଥାଏ । ମାଇଗ୍ରେନ୍ ପ୍ରଭାବରେ ମଣିଷ ମସ୍ତିଷ୍କର ଅଧା ଭାଗ ବିନ୍ଧିବା ଆରମ୍ଭ ହୋଇଥାଏ । କିଛି ଲୋକଙ୍କର ମସ୍ତିଷ୍କର ମଧ୍ୟ ଭାଗରେ ମଧ୍ୟ ବିନ୍ଧିଥାଏ । ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି କାମ କରିବା, ଠିକ୍ ଭାବରେ ନିଦ ନହେବା, ମାନସିକ ସ୍ତରରେ ଅଶାନ୍ତି ରହିବା ଦ୍ୱାରା ମାଇଗ୍ରେନର ସମସ୍ୟା ଦେଖା ଯାଇଥାଏ । ଏହାକୁ ଭଲ କରିବା ପାଇଁ କିଛି ଲୋକ ଔଷଧ ସେବନ କରିଥାନ୍ତି । କିନ୍ତୁ ବିନା ଖର୍ଚ୍ଚରେ ଘରୋଇ ଉପାୟରେ ମଧ୍ୟ ଏହାକୁ ଠିକ୍ କରାଯାଇ ପାରିବ । ଆସନ୍ତୁ ଜାଣିବା ସେ ବିଷୟରେ…
୧.ଅଚାନକ ଯଦି ମୁଣ୍ଡରେ ମାଇଗ୍ରେନର କଷ୍ଟ ଆପଣ ଅନୁଭବ କରନ୍ତି, ତେବେ ଅଲିଭ୍ ତେଲକୁ ଗରମ ପାଣିରେ ପକାଇ ବାସ୍ନାକୁ ଆଘ୍ରାଣ କରନ୍ତୁ । ସେଥିପାଇଁ ଗୋଟେ ପାତ୍ରରେ ପାଣି ଗରମ କରି ସେଥିରେ ଅଲିଭ୍ ତେଲ ମିଶାନ୍ତୁ । ଏହା ପରେ ମୁଣ୍ଡ ତଳକୁ କରି ତଉଲିଆ ଗୁଡ଼ାଇ ନିଶ୍ୱାସ ନିଅନ୍ତୁ । ୧୦-୧୫ମିନିଟ୍ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ମାଇଗ୍ରେନ ଯୋଗୁଁ ହେଉଥିବା କଷ୍ଟ ଦୂର ହୋଇ ଯାଇଥାଏ ।
୨. ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ନାକରେ ଦେଶୀ ଘିଅ ପକାଇ ଶୋଇ ପଡ଼ନ୍ତୁ । ଦେଖିବେ କିଛି ସମୟ ପରେ ଆପଣଙ୍କ କଷ୍ଟ ଦୂର ହୋଇଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
୩.ମାଇଗ୍ରେନ ଯୋଗଁ ମୁଣ୍ଡ ବିନ୍ଧା ହେବା ମାତ୍ରେ ତୁରନ୍ତ ବରଫ ବା ଥଣ୍ଡା ପାଣିରେ କପଡ଼ା ବୁଡ଼ାଇ ମୁଣ୍ଡରେ ରଖନ୍ତୁ । ଏପରି କରିବା ଦ୍ୱାରା ରକ୍ତର ସଞ୍ଚାଳନ ହେବା ସହ ମୁଣ୍ଡ ବିନ୍ଧା ଭଲ ହୋଇ ଯାଇଥାଏ ।
୪.ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ତୁଳସୀ ପତ୍ର, ଅଦା ପାଉଡ଼ର, ଗୋଲ ମରିଚ ଗୁଣ୍ଡ ଏବଂ ଡ଼ାଲଚିନିକୁ ମିଶାଇ ମହୁ ସହ ଖାଆନ୍ତୁ । ତୁରନ୍ତ ମୁକ୍ତି ମିଳିବ ।