ଆମେ ଭାବୁ ଫଳ ଖାଇଲେ ଅଧିକ ସୁସ୍ଥ ରହବା ସମ୍ଭବପର ହୋଇଥାଏ। ଆଉ କ୍ଷୀର ବି ଏକ ପୁଷ୍ଟିକର ଖାଦ୍ୟ ଏକଥା ବି ଜାଣୁ ।ନିଜର ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରଚୁର ମାତ୍ରାରେ ଫଳ ଓ ପରିବା ଖାଇଥାଉ। କିନ୍ତୁ ଯଦି ଏମିତି ଫଳ ବି ଅଛି, ଯଦି ଆମେ ତାକୁ ଯଦି କ୍ଷୀର ସାଙ୍ଗରେ ଖାଇବା ତାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଆସନ୍ତୁ ଜାଣିବା କେଉଁ ଫଳ ସହ କ୍ଷୀର ଖାଇବା ଅନୁଚିତ।
ପାଚିଲା ଅମୃତଭଣ୍ଡା ଓ କ୍ଷୀର : ଏହି ଦୁଇ ସାମଗ୍ରୀକୁ ଏକା ସଙ୍ଗେ ଖାଇଲେ ଶରୀରରେ ହିମୋମ୍ଲୋବିନର ଅସନ୍ତୁଳନ ଘଟିଥାଏ। ପିଲାମାନଙ୍କ ପାଇଁ ଏହା ଅତି ହାନିକାରକ ।
ସପୁରି ଓ କ୍ଷୀର: ଦୁଧ ସହିତ ସପୁରି ମିଶାଇ ଖାଇବା ଅନୁଚିତ, କାରଣ ଏହା ଫଳରେ ମୁଣ୍ଡବିନ୍ଧା, ଗ୍ୟାସ୍ ଓ ସଂକ୍ରମଣ ଆଦି ସମସ୍ୟା ଦେଖା ଦେଇଥାଏ।
କମଳା ଓ କ୍ଷୀର: ଦୁଧ ସହିତ କମଳା ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। କାଣ ଏହା ସହଜରେ ହଜମ ହୋଇ ନଥାଏ। ଏହା ଫଳରେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।