କ୍ଷୀରରେ ଏହି ଦୁଇ ମସଲା ମିଶାଇ ପିଇଲେ ଖୁବ୍‌ ଭଲ

ସାଧାରଣତଃ ପିଲାଠୁ ବଡ଼ ଯାଏଁ ସମସ୍ତଙ୍କୁ କ୍ଷୀର ପିଇବାକୁ ଦିଆଯାଏ। ଏହା ସ୍ୱାସ୍ଥ୍ୟପକ୍ଷେ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି। ହେଲେ ଆପଣ ଜାଣନ୍ତି କି କ୍ଷୀରରେ ମସଲା ଜାତୀୟ ଦ୍ରବ୍ୟ ମିଶାଇ ପିଇଲେ ତାହା ଅଧିକ ଲାଭପ୍ରଦ। ଏହି ଦୁଇଟି ସାମଗ୍ରୀ ହେଲା ହଳଦୀ ଏବଂ ଡାଳଚିନି । ହଳଦୀ ର ଭଲ ଗୁଣ ସଂପର୍କରେ ଉଣା ଅଧିକେ ସମସ୍ତଙ୍କୁ ଜଣା। ସେଯାହା ହେଉନା କାହିଁକି କ୍ଷୀରରେ ହଳଦୀ ମିଶାଇ ପିଇଲେ ମୂତ୍ରଜନିତ ରୋଗ ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଏ। ଏହା ସୁନିଦ୍ରା ଆଣିବାରେ ବି ସହାୟକ ହୋଇଥାଏ। ଦୁଧରେ ହଳଦୀ ଗୁଣ୍ଡ ମିଶାଇ ପିଇଲେ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ ।

photo-indiatoday.in

ଡାଳଚିନି ଏକ ମସଲା ହୋଇଥିଲେ ହେଁ ଏହାର ଅନେକ ଉପକାରୀ ଗୁଣ ମଧ୍ୟ ଅଛି । ବିଶେଷ କରି କ୍ଷୀରରେ ଡାଲଚିନି ମିଶାଇ ପିଇଲେ କେତେକ ଲାଭ ମିଳିଥାଏ। ଆସନ୍ତୁ ତା’ ଉପରେ ନଜର ପକାଇବା …
-ଯଦି ଆପଣ କ୍ଲାନ୍ତ ଅନୁଭବ କରୁଛନ୍ତି, ତେବେ ଦୁଧରେ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ଆରାମ ମିଳିବ । ଏହା ସୁନିଦ୍ରା ପ୍ରଦାନ ମଧ୍ୟ କରିଥାଏ ।
-ଡାଳଚିନି ମିଶା ଦୁଧ ପିଇଲେ ତ୍ୱଚାଜନିତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ ।
– ଏହା ଶରୀରରେ ମୋଟାପା କମ୍‌ କରିବାରେ ସହାୟକ ହୋଇଥାଏ ।
-ଡାଳଚିନି ମିଶା ଗରମ କ୍ଷୀର ପିଇଲେ ଗଳାର ଯନ୍ତ୍ରଣା ମଧ୍ୟ କମି ଥାଏ ।
– ଡାଳଚିନି ମିଶା କ୍ଷୀରରେ ଅଳ୍ପ ମହୁ ମିଶାଇ ପିଇଲେ ହାଡ଼ ଶକ୍ତ ହୋଇଥାଏ । ଏହାକୁ ନିୟମିତ ପାନ କଲେ, ହାଡ଼ ଜନିତ ସମସ୍ୟା ଦୂରୀଭୂତ ହୋଇଥାଏ ।
– ନିୟମିତ ଭାବେ ଡାଳଚିନି ମିଶା କ୍ଷୀର ପିଇଲେ ଶରୀରର ପ୍ରତିରକ୍ଷା ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
-ଦୁଧରେ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ । ଏହା ଗ୍ୟାସଷ୍ଟିକ୍‌ ସମସ୍ୟାରୁ ମଧ୍ୟ ମୁକ୍ତ ଦେଇଥାଏ ।

ସମ୍ବନ୍ଧିତ ଖବର