ବର୍ଷର ପ୍ରଥମ ତିନିମାସ କେତେ ଉପାର୍ଜନ କରି ପାରିବେ ଏହା ଆପଣଙ୍କ ପରିଶ୍ରମ ଉପରେ ନିର୍ଭର କରିବ। ଗ୍ରହ ଚଳନ ଦୃଷ୍ଟିରୁ ଅପ୍ରେଲ୍ ମାସରେ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆଗକୁ ବଢ଼ିବା ଲାଗି ଭାଗ୍ୟର ପୂରା ସହଯୋଗ ପାଇବେ। ବଡ଼ କାରବାରର ସଉଦା ହାତକୁ ଆସିବ। ଅକ୍ଟୋବର ମାସରୁ ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ ଏବଂ ଅର୍ଥଗତ ସଫଳତା ପ୍ରଚୁର ମିଳିପାରିବ। ସରକାରୀ ତଥା କମ୍ପାନି ଚାକିରିରେ ଥିବା ବ୍ୟକ୍ତିମାନଙ୍କ ପାଇଁ ବର୍ଷଟି ସବୁ ଦୃଷ୍ଟିରୁ ଭଲ। ବର୍ଷର ଶେଷ ତିନିମାସ ମଧ୍ୟରେ ଆପଣଙ୍କୁ ପଦୋନ୍ନତି ମିଳିବ। ବର୍ଷର ପ୍ରଥମାର୍ଦ୍ଧରେ ଚାକିରି ଖୋଜଖବରରେ ଥିବା ମହିଳାମାନେ ବଢ଼ିଆ ଚାକିରିର ପ୍ରସ୍ତାବ ପାଇବେ। ଏ ବର୍ଷ ପାରିବାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ। ଅବିବାହିତମାନେ ହାସ୍ୟକୌତୁକ ଓ ପ୍ରେମଲୀଳା କରିବା ଲାଗି ଫେବ୍ରୁଆରି, ମାର୍ଚ୍ଚ ଓ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ସମୟ ଭଲ ରହିବ। ବିବାହଯୋଗ୍ୟ ଯୁବତୀମାନଙ୍କ ଲାଗି ସେପ୍ଟେମ୍ବର ମାସ ପରେ ବିବାହର ସୁଯୋଗ। ଛାତ୍ରଛାତ୍ରୀମାନଙ୍କୁ ବର୍ଷର ପ୍ରଥମ କିଛି ମାସ ଲେଖିବା ପଢ଼ିବାରେ ଅଧିକ ସମୟ ଦେବାକୁ ପଡ଼ିବ। ତେବେ ପରୀକ୍ଷାରେ ଭଲ କରିବେ। ଯେଉଁମାନଙ୍କର ପେଟରୋଗ ଅଛି, ସେମାନେ ଦୃଷ୍ଟି ଦିଅନ୍ତୁ। ଖାଦ୍ୟପାନୀୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।
ବାର୍ଷିକ ରାଶିଫଳ ୨୦୧୮: ମୀନ: ଏ ବର୍ଷ ପାରିବାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ, ଖାଦ୍ୟପାନୀୟ ପ୍ରତି ସତର୍କ ରହନ୍ତୁ
/sambad/media/post_attachments/wp-content/uploads/2017/12/112.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)