ସମୟ ସହିତ ମଣିଷର ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହାରି ଭିତରେ ମଣିଷ କିଛି ଖରାପ ଅଭ୍ୟାସକୁ ଆପଣାଇ ନେଇଥାଏ। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜଣାଅଜଣାରେ ହୋଇଯାଇଥିବା ଏହି ଭୁଲ ପାଇଁ ଅନେକ ଥର ଲୋକଙ୍କୁ ଅନୁତାପ କରିବାକୁ ବି ପଡିଛି। କାରଣ, ଏହା ଶୀରରରେ ଅନେକ ପ୍ରକାର ରୋଗ ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଏମିତି କିଛି ପାଞ୍ଚଟି ଖରାପ ଅଭ୍ୟାସ ବିଷୟରେ…. ଯାହାକି ଶରୀରରେ ରୋଗ ସୃଷ୍ଟି କରିବାର କାରଣ ହୋଇଥାଏ। |
୧. ମଦ୍ୟପାନ କେବଳ ଶାରୀରିକ ନୁହେଁ ମାନସିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ | ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ | ଏହା କେବଳ ଯକୃତକୁ ଖରାପ କରେ ନାହିଁ, ବରଂ ଏହା ହୃଦ୍ ରୋଗ, ଉଦାସୀନତା ଏବଂ କର୍କଟ ଭଳି ବିପଦଜନକ ରୋଗ ମଧ୍ୟ ସୃଷ୍ଟି କରିପାରେ |
/sambad/media/post_attachments/e4ab5baebf94d6d35400d9627fbfae0321e77d31dec54ae630428e245ce64bbf.jpeg)
୨. ଧୂମପାନର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ | ଏହା କର୍କଟ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ | ଏକ ରିପୋର୍ଟ ଅନୁଯାୟୀ, ୮୦ରୁ ୯୦ ପ୍ରତିଶତ ଲୋକ ଧୂମପାନରୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି। ତେଣୁ ସିଗାରେଟ୍ କିମ୍ବା ବିଡିର ଅଭ୍ୟାସ ନରଖିବା ଉଚିତ। ନଚେତ୍ ଏହା ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ |
୩. ପ୍ରାୟତଃ ଦେଖା ଦେଇଛି ଯଦି ଲୋକମାନଙ୍କୁ କୌଣସି ପ୍ରକାର ଶରୀରରେ ପୀଡ଼ା ହୁଏ ତେବେ ସେମାନେ ସଙ୍ଗେସଙ୍ଗେ ପେନ୍ କ୍ଲି୍ୟର ସେବନ କରି ଦେଇଥାଆନ୍ତି। ଅନେକ ସମୟ ପର୍ଯ୍ୟନ୍ତ ପେନକ୍ଲିୟର ସେବନ କରିବା ଦ୍ବାରା ଶରୀରକୁ ଏହା କ୍ଷତି ପହଞ୍ଚାଇ ଥାଏ। ଏହାକୁ କମ୍ ମାତ୍ରାରେ ବ୍ୟବହାର କରିବା ଉଚିତ୍ | ପେନକ୍ଲିୟରର ଦୀର୍ଘ ସମୟ ବ୍ୟବହାର ଦ୍ୱାରା ଉଚ୍ଚ ଓ ହୃଦଘାତ ଭଳି ସମସ୍ୟା ଦେଖା ଦେଇଥାଏ।
୪. ସେହିପରି ଅନେକ ଲୋକଙ୍କର ବିଳମ୍ବିତ ରାତିରେ ଶୋଇବା ଅଭ୍ୟାସ ଥାଏ। ଏହିପରି ଲୋକମାନଙ୍କୁ ସେମାନଙ୍କର ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ ରହିଛି। କାରଣ ପର୍ଯ୍ୟାପ୍ତ ପରିମାଣର ନିଦ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ। ନିଦ ପୂରା ନହେଲେ ମନୁଷ୍ୟ ଚିଡିଚିଡ଼ା ସ୍ବଭାବର ହେବା ସହ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ
|
୫. ଅନେକ ଲୋକଙ୍କର ଏହି ଅଭ୍ୟାସ ଅଛି କି ସେମାନେ କିଛି କାମ କରିବା ସମୟରେ ପାଣି ପିଇବାକୁ ଭୁଲିଯାଆନ୍ତି। କିନ୍ତୁ ବୋଧହୁଏ ଆପଣ ଜାଣି ନାହାନ୍ତି ଜଳର ଅଭାବ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ |
କମ୍ ପାଣି ପିଇବା ଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ସଂପୂର୍ଣ୍ଣ ରୂପେ ବାହାରି ପାରି ନଥାଏ। ଯାହା ଆପଣଙ୍କ କିଡନି ଏବଂ ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇପାରେ |