ଗରମ ପାଣିରେ ଜିରା ଏବଂ ଡ଼ାଲଚିନି ପାଉଡ଼ର ମିଶାଇ ପିଇଲେ ପେଟର ଚର୍ବି ହଟିବା ସହ ମିଳିବ ଏ ସବୁ ଫାଇଦା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଠିକ୍‌ ସମୟରେ ଠିକ୍‌ ଜିନିଷ ଖାଇ ପାରୁ ନାହାନ୍ତି । ଯାହା ପାଇଁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖିବାକୁ ମିଳିଛି । ବାହାର ଖାଦ୍ୟ ପାଇଁ ଲୋକମାନଙ୍କ ପେଟରେ ଚର୍ବି ବଢ଼ିବାର ସମସ୍ୟା ମଧ୍ୟ ଦେଖା ଯାଉଛି । ତେବେ ଏଭଳି ଅନେକ ସମସ୍ୟାକୁ ଦୂର କରିବା ପାଇଁ ଗରମ ପାଣିରେ ଜିରା, ଡ଼ାଲଚିନି ଏବଂ ମହୁ ମିଶାଇ ପିଅନ୍ତୁ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁୁତି ପ୍ରଣାଳୀ ଏବଂ ଫାଇଦା ବିଷୟରେ…..

ପ୍ରଥମେ ପାନୀୟ ତିଆରି କରିବା ପାଇଁ ଡ଼ାଲଚିନି ୨ଟି କୋଲା, ଜିରା ୨ଚାମୁଚ, ମହୁ ୧ଚାମୁଚ ଏବଂ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ । ପ୍ରଥମେ ଜିରା ଏବଂ ଡ଼ାଲଚିନିକୁ ଭଲଭାବରେ ପେଶି ଏକ ଗ୍ଲାସ ଗରମ ପାଣିରେ ମିଶାଇ ଦିଅନ୍ତୁ । ଏହା ପରେ ସେହି ମିଶ୍ରଣରେ ମହୁ ମିଶାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବା ସକାଳେ ଖାଲି ପେଟରେ ଏହି ପାନୀୟ ପିଇବା ଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିବ ।

nari.punjabkesari.in

୧. ଖରାଦିନେ ଶରୀରରେ ଜଳୀୟଅଂଶ କମ ହେବାର ସମସ୍ୟା ଦେଖା ଯାଇଥାଏ । ଶରୀରରେ ଜଳୀୟଅଂଶ ଠିକ ରଖିବା ପାଇଁ ଏହି ପାନୀୟ ପିଇବା ଆରମ୍ଭ କରନ୍ତୁ ।

୨. ଏଥିରେ ଆଇରନର ପରିମାଣ ଅଧିକ ରହିଥାଏ । ଯାହା ରକ୍ତରେ ହେମୋଗ୍ଲୋବିନର ସ୍ତରକୁ ବଢ଼ାଇ ରକ୍ତର ଅଭାବକୁ ଦୂର କରିଥାଏ ।

୩. ଏହାକୁ ପିିଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ । ଯାହାଦ୍ୱାରା ହୃଦ୍‌ସମସ୍ୟା ଦେଖା ଯାଇ ନଥାଏ ।

nari.punjabkesari.in

୪. ପ୍ରତିଦିନ ଏହି ପାନୀୟକୁ ପିଇବା ଦ୍ୱାରା ଶରୀରରେ ଗ୍ଲକୋଜର ସ୍ତର ଠିକ୍‌ ରହିଥାଏ । ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

ସମ୍ବନ୍ଧିତ ଖବର