ଏମଏରେ ପ୍ରଥମ ଶ୍ରେଣୀ ପାଇଥିଲେ ମୋଦୀ!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? କେଉଁ ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ସେ ପାଠ ପଢ଼ିଥିଲେ? ପିଲାଦିନେ ଗୁଜରାଟର ଭଦନଗରଠାରେ ଚା’ ବିକ୍ରି କରୁଥିବା ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଜାଣିବା ଲାଗି ଅନେକଙ୍କ ମନରେ ଉତ୍ସୁକତା ରହିଛି।

ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ସମୟରେ ଦାଖଲ ସତ୍ୟପାଠ ଅନୁଯାୟୀ ମୋଦୀ ୧୯୮୩ ମସିହାରେ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁଜରାଟ ବିଶ୍ବବିଦ୍ୟାଳୟରେ ଉପଲବ୍ଧ ସୂଚନା ଅନୁଯାୟୀ ଦୁଇବର୍ଷର ଏହି ପାଠ୍ୟକ୍ରମରେ ମୋଦୀ ୟୁରୋପୀୟ ରାଜନୀତି, ଭାରତୀୟ ରାଜନୀତିର ବିଶ୍ଳେଷଣ ଏବଂ ରାଜନୀତିର ମନସ୍ତତ୍ତ୍ବ ଆଦି ବିଷୟ ରଖିଥିଲେ। ଏମଏ ପ୍ରଥମ ବର୍ଷରେ ସେ ମୋଟ ୪୦୦ ନମ୍ବରରୁ ୨୩୭ ନମ୍ବର ରଖିଥିଲେ। ଦ୍ବିତୀୟ ବର୍ଷ ମୋଟ ୪୦୦ ନମ୍ବରରୁ ୨୬୨ ନମ୍ବର ରଖିଥିଲେ। ଦୁଇବର୍ଷର ନମ୍ବରକୁ ମିଶାଇଲେ ମୋଟ ୮୦୦ ନମ୍ବରରୁ ମୋଦୀ ୪୯୯ ନମ୍ବର ରଖିଥିଲେ।

ନିର୍ବାଚନ ସତ୍ୟପାଠ ଅନୁଯାୟୀ ମୋଦୀ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ୧୯୭୮ ମସିହାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୬୭ ମସିହାରେ ସେ ଗୁଜରାଟ ବୋର୍ଡରୁ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ଦେଇଥିଲେ।

ସମ୍ବନ୍ଧିତ ଖବର