ସକାଳୁ ଉଠି ମାନନ୍ତୁ ମୋଦୀଙ୍କର ଏହି ୫ଟି ଉପାୟ, ସୁସ୍ଥ ରହିବ ଶରୀର

ଅନିୟନ୍ତ୍ରିତ ଜୀବନଚର୍ଯ୍ୟା  ଓ ଅସନ୍ତୁଳିତ ଖାଦ୍ୟପେୟ ଯୋଗୁଁ ଆଜିକାଲି ପ୍ରାୟ ଲୋକ ବିଭିନ୍ନ ରୋଗରେ ପଡୁଛନ୍ତି ତେବେ ଯୋଗ ମାଧ୍ୟମରେ ସୁସ୍ଥ ରହିବା ପାଇଁ  ସଚେତନତା ସୃଷ୍ଟି ଲାଗି ଜୁନ ୨୧କୁ  ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଯୋଗାସନ ସଂପର୍କୀତ  ଆନିମେସନ ଭିଡିଓ ମଧ୍ୟ ପୋଷ୍ଟ କରୁଛନ୍ତି। ମୋଦୀ ପୋଷ୍ଟ  କରିଥିବା ଆସନ ସଂପର୍କରେ ଜାଣନ୍ତୁ।

ତାଡାସନ
ଏହି ଆସନ କରିବା ଦ୍ୱାରା ଶରୀର ଗଠନରେ ସାହାଯ୍ୟ କରିଥାଏ।  ଆଣ୍ଠୁ ଓ ଗୋଇଠିର ହାଡ ମଜଭୁତ ହେବା ସହ ଯଦି ମୁଣ୍ଡ ବୁଲାଉଥାଏ ତାହେଲେ ଏଥିରୁ ଆଶ୍ବସ୍ତି ମିଳିବ।

ବକ୍ରଆସନ
ବକ୍ରଆସନ କରିବା ଦ୍ୱାରା ଯକୃତ,ବୃକକ ଓ ପାନକ୍ରିୟାଜ ସମସ୍ୟାରୁ ମୁକ୍ତି ମିଳିଥାଏ | ଏହାକୁ ନିୟମିତ କରିବା ଦ୍ୱାରା ମେରୁଦଣ୍ଡ ଶକ୍ତ ହେବା ସହ ହାର୍ନିଆ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ |

ଭଦ୍ରାସନ
ଭଦ୍ରାସନ ଶରୀରକୁ ଦୃଢ ଓ ମସ୍ତିଷ୍କକୁ ସ୍ଥିର କରିଥାଏ | ଏହି ଆସନ ନିୟମିତ କରିବା ଦ୍ୱାରା ବିଚଳିତ ମନ ଏକାଗ୍ରତା ହୋଇଥାଏ | ଭଦ୍ରାସନ କରିବା ଦ୍ୱାରା ଫୁସଫୁସ ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଶ୍ୱାସକ୍ରିୟା ସମସ୍ୟାରୁ ମୁକ୍ତି ମିଳିଥାଏ |

ତ୍ରିକୋଣାସନ
ଏହି ଆସନ କରିବା ଦ୍ୱାରା ଅଣ୍ଟା ଓ ମାଂସପେଶୀ ଶକ୍ତ ହେବା ସହ କାନ୍ଧ,ଛାତି ଓ ପାଦର ହାଡ ଶକ୍ତ ହୋଇଥାଏ | ତେବେ ଯଦି ଆପଣଙ୍କୁ ପିଠି,ବେକରେ ପୂର୍ବରୁ କୌଣସି ଆଘାତ ଲାଗିଥାଏ ତେବେ ଏହି ଆସନ କରିବା ଉଚିତ ନୁହେଁ |

ଉଷ୍ଟ୍ରାସନ
ଏହି ଆସନକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ପିଠି ଓ କାନ୍ଧ ମଜଭୁତ ହୋଇଥାଏ | ସେହିପରି ଶରୀର ଫୁର୍ତ୍ତି ହୋଇଯାଇଥାଏ | ଏହି ଆସନକୁ ଠିକ ଭାବେ କରିବା ଦ୍ୱାରା ପାଚନ ପ୍ରକ୍ରିୟା ସଠିକ ହୋଇଯାଇଥାଏ | ଯଦି ଆପଣଙ୍କର ପିଠି ଯନ୍ତ୍ରଣା ସମସ୍ୟା ଥାଏ ତେବେ ଏହି ଆସନ କରିବା ଦ୍ୱାରା ସମାଧାନ ମିଳିଥାଏ | ଏହି ଆସନ ମହିଳାଙ୍କର ଋତୁସ୍ରାବ ସମସ୍ୟାକୁ ମଧ୍ୟ ଦୂର କରିଥାଏ |

ସମ୍ବନ୍ଧିତ ଖବର