ଆପଣଙ୍କ ଶରୀରରେ କଳାଜାଇ ଅଛି କି? ଜାଣନ୍ତୁ କିପରି ରହିବ ପ୍ରେମ ବ୍ୟାପାର

ବେଳେ ବେଳେ ଏମିତି କଥା ବିଶ୍ୱାସ ହୁଏ ନାହିଁ। ମାତ୍ର ଜ୍ୟୋର୍ତିବିଜ୍ଞାନ ଏହି ସବୁ କଥାକୁ ସତ ପ୍ରମାଣ କରେ। ବ୍ୟକ୍ତିର ଅଙ୍ଗରେ ଥିବା ଚିହ୍ନ ତା’ର ଭାଗ୍ୟର ସଂକେତ ହୋଇଥାଏ। ଶରୀରରେ ରହିଥିବା ଏପରି କିଛି ଚିହ୍ନ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେଉଁ ଚିହ୍ନ ପ୍ରେମର ସଂକେତ ଦେଇଥାଏ। ତେବେ, କଥାରେ ରହିଛି ଯେଉଁ ବ୍ୟକ୍ତିଙ୍କ ଶରୀରରେ ଅନେକ କଳାଜାଇ ରହିଥାଏ ସେମାନେ ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି।

ଯେଉଁମାନଙ୍କର ମସ୍ତିଷ୍କରେ ଡାହାଣ ପାର୍ଶ୍ୱକୁ ମାଡ଼ି କଳାଜାଇ ରହିଥାଏ ସେମାନେ ବାରମ୍ବାର ପ୍ରେମରେ ପଡ଼ିବା ସହିତ ଭାରି ରୋମାଣ୍ଟିକ୍‌ ହୋଇଥାନ୍ତି।

ବାମ ଆଖି ତଳେ କଳାଜାଇ ଥିବା ବ୍ୟକ୍ତି ପ୍ରେମରେ ଧୋକା ପାଇଥାନ୍ତି ଏବଂ ଡାହାଣ ଆଖି ତଳେ କଳାଜାଇ ଥିବା ବ୍ୟକ୍ତି ଅନେକ ଜଣକ ସହ ସଂପର୍କରେ ରହିବା ସହ ଅନେକଙ୍କ ସହ ପ୍ରତାରଣା କରିଥାନ୍ତି।

କାନରେ କଳାଜାଇ ଥିବା ବ୍ୟକ୍ତିଙ୍କର ପ୍ରେମ ସଂପର୍କ ଖୁବ୍‌ ଭଲ ଚାଲିଥାଏ। ସେମାନେ ସାଥୀଙ୍କଠାରୁ ଯେତିକି ପ୍ରେମ ପାଇଥାନ୍ତି ତାଠାରୁ ଅଧିକ ପ୍ରେମ ଦେଇଥାନ୍ତି।

ନାକ ଓ ଓଠ ମଝିରେ କଳାଜାଇ ଥିବା ବ୍ୟକ୍ତି ସର୍ବାଧିକ ୨ ଥର ପ୍ରେମରେ ପଡ଼ନ୍ତି। ସେମାନେ ପ୍ରେମ ଅପେକ୍ଷା ପରିବାର ଉପରେ ବେଶି ଗୁରୁତ୍ୱ ଦେଇଥାନ୍ତି।

ଯେଉଁମାନଙ୍କ ଗାଲରେ କଳାଜାଇ ଥାଏ ସେମାନେ ଖୁବ୍‌ ଶୀଘ୍ର ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି।

ଓଠରେ ଯାହାର କଳାଜାଇ ଥାଏ ସେମାନେ ଭାରି ରୋମାଣ୍ଟିକ୍‌। ଏମାନେ ମଧ୍ୟ ବହୁ ବାର ପ୍ରେମରେ ପଡ଼ନ୍ତି।

ସମ୍ବନ୍ଧିତ ଖବର