ସାମୁଦ୍ରିକ ଶାସ୍ତ୍ରରେ ରହିଛି ମଣିଷ ଶରୀରର ବିଭିନ୍ନ ଅଂଶ ସହ ତା’ର ଭାଗ୍ୟ-ଭବିଷ୍ୟତର ସଂପର୍କିତ ସୂଚନା । ଶାରୀରିକ ଗଠନ, ଶରୀରର ରଙ୍ଗ,ବିଭିନ୍ନ ଅଙ୍ଗର ଆକାର ପ୍ରକାର କି ପ୍ରକାର ସୂଚନା ଦେଇଥାଏ, ତାହା ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଶାସ୍ତ୍ର ଅନୁସାରେ ଶରୀରର ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ଯଦି କଳାଜାଇ ଥାଏ ତେବେ ଏହା ଆର୍ଥିକ ସମସ୍ୟାର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ।
୧-ଯଦି ଆପଣଙ୍କର ବାମ ଗାଲରେ କଳାଯାଇ ରହିଛି,ତେବେ ଆପଣ ବହୁତ ରୋଜଗାର କରିଲେ ମଧ୍ୟ ସଂଚୟ କରିପାରିବେ ନାହିଁ। ତେଣୁ ଆର୍ଥିକ ସମସ୍ୟା ଦେଖାଦେଇପାରେ।
/sambad/media/post_attachments/wp-content/uploads/2018/07/Moles-for-wealth-and-travel6-300x206.jpg)
୨-ଓଠର ଡାହାଣ ପଟ ତଳ ଭାଗରେ ଯଦି କଳାଜାଇ ଥାଏ,ତେବେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
/sambad/media/post_attachments/wp-content/uploads/2018/07/images-30.jpg)
୩-ଯଦି ଆପଣଙ୍କର ବାମ ପାପୁଲି ଓ ବାମ ଗୋଡ଼ର କୌଣସି ସ୍ଥାନରେ କଳାଜାଇ ଥାଏ, ତେବେ ଆପଣ ବହୁତ ଖର୍ଚ୍ଚୀ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନ ଥିବା ହେତୁ ଅଭାବରେ ପଡ଼ିପାରନ୍ତି।
୪-ଆପଣଙ୍କର ବିଶି ଆଙ୍ଗୁଠିରେ କଳାଜାଇ ଅଛି କି? ତେବେ ଆପଣ ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି।
୫- ଆପଣଙ୍କ ବାମପଟ ଭ୍ରୁଲତାରେ କଳାଜାଇ ଥିଲେ ଆପଣ ନିଜ ସାଥୀଙ୍କ ସହ ଜୀବନ ବିତାଇବାକୁ ଭଲପାଆନ୍ତି। ଏହି କାରଣରୁ ଆର୍ଥକ ସମସ୍ୟା ପ୍ରାୟତଃ ଦେଖାଦେଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/images-1-19.jpg)