ମୋମୋ ଖାଇବା ପରେ ବ୍ୟକ୍ତିଙ୍କ ମୃତ୍ୟୁ: ଏମ୍ସ ବିଶେଷଜ୍ଞ କହିଲେ କେମିତି ଖାଇବେ ମୋମୋ

ନୂଆଦିଲ୍ଲୀ: ଆପଣ ମୋମୋ ଖାଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏହି ଖବର ପଢିବା ନିହାତି ଆବଶ୍ୟକ | ଏମ୍ସ ଏବେ ସେହି ଲୋକମାନଙ୍କୁ ପରାମର୍ଶ ଦେଇଛି, ଯେଉଁମାନେ ଲାଲ୍ ଚଟଣି ସହିତ ଗରମ ମୋମୋ ଖାଇଥାନ୍ତି | ଏମ୍ସ ପକ୍ଷରୁ କୁହାଯାଇଛି ଯେ ମୋମୋ ଖାଉଥିଲେ, ଭଲରେ ଚୋବାଇବା ସହ ସତର୍କତାର ସହିତ ଗିଳିବା ଉଚିତ | ଏଭଳି ନ କଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇପାରେ ଏବଂ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇପାରେ | ବାସ୍ତବରେ, ମୋମୋ ଖାଇବା ପରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏମ୍ସ ବିଶେଷଜ୍ଞମାନେ ଏହା କହିଛନ୍ତି | ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ ରାଜ୍ୟମାନଙ୍କୁ ଆଡ଼ଭାଇଜରୀ ଜାରି କରି ମୋମୋ ଖାଇବାର ତରିକା ବାବଦରେ କହିଛି |

ଏମ୍ସର ଫରେନସିକ୍ ରିପୋର୍ଟ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ ବର୍ଷ ହୋଇଥିବାବେଳେ ସେ ମଦ୍ୟପାନ କରିଥିଲେ ଏବଂ ଏକ ଦୋକାନରେ ମୋମୋ ଖାଉଥିଲେ | ଏହି ସମୟରେ ସେ ତଳେ ପଡ଼ିଯାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟକୁ ସୂଚାଇ ଫୋରେନସିକ୍ ବିଶେଷଜ୍ଞମାନେ କହିଛନ୍ତି ଯେ ମୋମୋ ଶ୍ୱାସନଳୀରେ ଅଟକି ଯାଇଥିଲା। ବିଶେଷଜ୍ଞମାନେ ଏହି ସମସ୍ୟାକୁ ନ୍ୟୁରୋଜେନିକ୍ ହୃଦ୍‌ଘାତ ବୋଲି କହିଛନ୍ତି । ଏମ୍ସ ବିଶେଷଜ୍ଞ କହିଛନ୍ତି ଯେ ମୋମୋ ଶ୍ୱାସନଳୀରେ ଅଟକିଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

ସେ କହିଛନ୍ତି ଯେ ଯେତେବେଳେ ବି ଆମେ ଏପରି ଜିନିଷ ଖାଇଥାଉ, ଯାହାର ଭିତରେ ଫୁଲିବା ସମ୍ଭାବନା ଥାଏ, ଏହାକୁ ଭଲ ଭାବରେ ଚୋବାଇବା ପରେ ହିଁ ଖାଇବା ଉଚିତ୍ | ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆମେ ଭଲରେ ନ ଚୋବାଇ ଖାଇଥାଉ, ତେବେ ତାହା ଶ୍ୱାସନଳୀ ଭିତରକୁ ଖସିଯିବାର ଆଶଙ୍କା ଥାଏ | ଏହା ଶ୍ୱାସକ୍ରିୟାକୁ ଅବରୋଧ କରିପାରେ ଏବଂ ମୃତ୍ୟୁର କାରଣ ହୋଇପାରେ | ବିଶେଷଜ୍ଞମାନେ ଏହି ଅନୁସନ୍ଧାନକୁ ଜର୍ଣ୍ଣାଲ୍ ଅଫ୍ ଫରେନସିକ୍ ଇମେଜିଙ୍ଗର ନୂତନ ସଂଖ୍ୟାରେ ଦିଆଯାଇଛି |

ସମ୍ବନ୍ଧିତ ଖବର